କରୋନା ଟିକା ମିଳିବା ପରେ ମୋଦିଙ୍କୁ ଧନ୍ୟବାଦ ଦେଲେ ଶ୍ରୀଲଙ୍କା ରାଷ୍ଟ୍ରପତି

କଲମ୍ବୋ,୨୮ ।୧: କରୋନା ମହାମାରୀଠାରୁ ଦୂରେଇ ରହିବାକୁ ଏବେ ପ୍ରାୟ ସମସ୍ତ ବିକାଶଶୀଳ ଦେଶ ଏହାର ଟିକା ବା ଭ୍ୟାକ୍ସିନ ପ୍ରସ୍ତୁତ କରି ସାରିଲେଣି । ଭ୍ୟାକ୍ସିନ ପ୍ରସ୍ତୁତ ହେବା ପରେ ଏବେ କିଛି ଦେଶ ଏହାକୁ ନେବା ପାଇଁ ଅନ୍ୟ ଦେଶ ଉପରେ ନିର୍ଭର କରୁଛନ୍ତି । ଏହି କ୍ରମରେ ଭାରତ ଜରୁରୀ ପରିସ୍ଥିତିରେ ବ୍ୟବହାର କରିବାକୁ ୨ଟି ଭ୍ୟାକ୍ସିନ ପ୍ରସ୍ତୁତ କରିଥିବା ବେଳେ ସାରା ଦେଶରେ ସବୁଠାରୁ ବଡ ଟିକାକରଣ ଅଭିଯାନ ଚଳାଇଛି । ତେବେ ଭାରତ କେବଳ ନିଜ ପାଇଁ ନୁହେଁ କିଛି ଦେଶକୁ ମଧ୍ୟ ସ୍ୱେଦେଶୀ ଭ୍ୟାକ୍ସିନ ପଠାଇବା ଆରମ୍ଭ କରିଛି । ଇତିମଧ୍ୟରେ ଭାରତ ଶ୍ରୀଲଙ୍କା ଓ ବାହାରିନକୁ କିଛି ଭ୍ୟାକ୍ସିନ ପଠାଇଛି । ଶ୍ରୀଲଙ୍କା ଭାରତଠାରୁ ପ୍ରାୟ ୫ ଲକ୍ଷ ଭ୍ୟାକ୍ସିନ ପାଇବା ପରେ ଗୁରୁବାର ଭାରତୀୟଙ୍କୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟବାୟା ରାଜପାକ୍‌ସେ ଧନ୍ୟବାଦ ଜଣାଇଛନ୍ତି ।

Share