Categories: ଖେଳ

ଶ୍ରୀଲଙ୍କା କ୍ରୀଡ଼ାମନ୍ତ୍ରୀଙ୍କ ଜୀବନ ପ୍ରତି ବିପଦ

କଲମ୍ବୋ,୨୮ା୧୧: ଶ୍ରୀଲଙ୍କା କ୍ରିକେଟ ପ୍ରଶାସନରେ ଦେଖା ଦେଇଥିବା ଦୁର୍ନୀତିକୁ ସେ ପଦାରେ ପକାଇ ଦେଇଥିବାରୁ ତାଙ୍କ ଜୀବନ ପ୍ରତି ବିପଦ ଦେଖା ଦେଇଛି ବୋଲି ଶ୍ରୀଲଙ୍କା କ୍ରୀଡ଼ାମନ୍ତ୍ରୀ ରୋଶନ ରଣସିଙ୍ଘେ ପ୍ରକାଶ କରିଛନ୍ତି। ଯଦି କୌଣସି ଅଘଟଣ ଘଟେ ତେବେ ରାଷ୍ଟ୍ରପତି ରାନିଲ ବିକ୍ରମସିଙ୍ଘେ ଏବଂ ତାଙ୍କ ଚିଫ୍‌ ଅଫ୍‌ ଷ୍ଟାଫ୍‌ ସେଥିପାଇଁ ଦାୟୀ ରହିବେ। ପାର୍ଲାମେଣ୍ଟରେ ଉଦ୍‌ବୋଧନ ଦେଇ ରଣସିଙ୍ଘେ କହିଛନ୍ତି, ବିକ୍ରମସିଙ୍ଘେ ରାଜନୈତିକ ପ୍ରତିଶୋଧ ନେବାକୁ ଯାଇ ବିଦେଶରୁ ସେ ଆମଦାନୀ କରିଥିବା ଏକ ଗାଡ଼ିକୁ ଜବତ କରାଯାଇଛି। ତାଙ୍କ ନାମରେ ଟିକସ ଫାଙ୍କି ମିଥ୍ୟା ଅଭିଯୋଗ ଅଣାଯାଇଛି। ଅଡିଟ ରିପୋର୍ଟ ଆସିବା ପରେ ସେ ଆବଶ୍ୟକ ପଦକ୍ଷେପ ନେବେ।

Share