Categories: ଖେଳ

ମଝି ଆକାଶରେ ସରିଗଲା ଇନ୍ଧନ: ଶ୍ରୀଲଙ୍କା କ୍ରିକେଟ୍‌ ଦଳର ଉଡିଲା ହୋସ୍‌

କଲମ୍ବୋ,୮।୭: ଶ୍ରୀଲଙ୍କା କ୍ରିକେଟ ଦଳର ଅସୁବିଧା ଥମିବାର ନାମ ନେଉନାହିଁ। ପଡ଼ିଆ ଭିତରେ ଶ୍ରୀଲଙ୍କା ଦଳ ପରାଜୟର ସ୍ବାଦ ଚାଖୁଥିବାବେଳେ, ପଡ଼ିଆ ବାହାରେ ସେମାନଙ୍କ ସହ ଏମିତି କିଛି ଘଟିଛି, ଯାହା ପରେ ସମସ୍ତ ଖେଳାଳି ଏବଂ ପ୍ରଶଂସକ ନର୍ଭସ ହୋଇଯାଇଛନ୍ତି। ଶ୍ରୀଲଙ୍କା ଦଳର ଇଂଲଣ୍ଡରୁ ଫେରୁଥିବା ବେଳେ ସେମାନଙ୍କ ବିମାନର ଇନ୍ଧନ ମଝି ଆକାଶରେ ସରିଯାଇଥିଲା। ଶ୍ରୀଲଙ୍କାର କୋଚ ମିକି ଆର୍ଥର କହିଛନ୍ତି ଯେ, ଶ୍ରୀଲଙ୍କାକୁ ଫେରିବାବେଳେ ତାଙ୍କ ବିମାନ ଇନ୍ଧନ ସରିଯାଇଥିଲା, ଫଳରେ ବିମାନକୁ ଭାରତରେ ଏହା ଜରୁରୀ ଅବତରଣ କରିବାକୁ ପଡିଥିଲା।
ସୂଚନାଯୋଗ୍ୟ, ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଦିନିକିଆ ସିରିଜ ଜୁଲାଇ ୧୩ ରୁ ଆରମ୍ଭ ହେବ ଏବଂ ଏହା ପୂର୍ବରୁ ବୋର୍ଡ କୌଣସି ବିପଦ ନେବାକୁ ଚାହୁଁନାହିଁ। ସମସ୍ତ ଶ୍ରୀଲଙ୍କା ଖେଳାଳିଙ୍କୁ ପ୍ରଥମେ ଆଣ୍ଟିଜେନ ପାଇଁ ପରୀକ୍ଷା କରାଯାଇଥିଲା ଏବଂ ଏହା ପରେ ସେମାନଙ୍କୁ ହୋଟେଲରେ ରଖାଯାଇଥିଲା। ଏବେ ଖେଳାଳିଙ୍କ ଆରଟି-ପିସିଆର୍‌ ଟେଷ୍ଟ ରିପୋର୍ଟକୁ ଅପେକ୍ଷା କରାଯାଇଛି।

Share