Categories: ଖେଳ

ଶ୍ରୀଲଙ୍କାର ୩ ଲଜ୍ଜାଜନକ ରେକର୍ଡ

କଲମ୍ବୋ,୧୭।୯: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଇଥିବା ଏସିଆ କପ ୨୦୨୩ର ଫାଇନାଲ୍‌ ମ୍ୟାଚରେ ଭାରତୀୟ ଦଳର ବୋଲର ଚମତ୍କାର ପ୍ରଦର୍ଶନ କରିଥିଲେ। ଏହି ମ୍ୟାଚ୍‌ରେ ଶ୍ରୀଲଙ୍କା ଦଳ ୧୫.୨ ଓଭରରେ ମାତ୍ର ୫୦ ରନ୍‌ରେ ସୀମିତ ରହିଥିଲା। ମହମ୍ମଦ ସିରାଜ୬ ଉଇକେଟ ନେଇଥିଲା। ଏହା ବ୍ୟତୀତ ହାର୍ଦ୍ଦିକ ପାଣ୍ଡ୍ୟା ୩ ଉଇକେଟ ନେଇଥିବା ବେଳେ ବୁମରା ମଧ୍ୟ ଗୋଟିଏ ଉଇକେଟ ନେଇଥିଲେ।
ଶ୍ରୀଲଙ୍କା ଦଳର ବ୍ୟାଟ୍ସମ୍ୟାନଙ୍କ ଖରାପ ପ୍ରଦର୍ଶନ ପରେ ବର୍ତ୍ତମାନ ଦିନିକିଆ କ୍ରିକେଟରେ ସେମାନଙ୍କ ନାମରେ ୩ଟି ଲଜ୍ଜାଜନକ ରେକର୍ଡ ପଞ୍ଜିକୃତ ହୋଇଛି। ବର୍ତ୍ତମାନ ଭାରତ ବିପକ୍ଷରେ ଦିନିକିଆ ଫର୍ମାଟରେ କୌଣସି ଦଳ ଦ୍ୱାରା ସର୍ବନିମ୍ନ ସ୍କୋର ରେକର୍ଡ ହୋଇଛି। ଏହାପୂର୍ବରୁ ଏହି ରେକର୍ଡ ବାଂଲାଦେଶ ନାମରେ ରେକର୍ଡ କରାଯାଇଥିଲା। ୨୦୧୪ ମସିହାରେ ଟିମ ଇଣ୍ଡିଆ ବିପକ୍ଷ ମିରପୁରରେ ଖେଳାଯାଇଥିବା ଦିନିକିଆ ମ୍ୟାଚରେ ୫୮ ରନ ପାଇଁ ବାଂଲାଦେଶକୁ ଅଲଆଉଟ୍‌ କରିଥିଲା।
ଦିନିକିଆ ଫର୍ମାଟରେ ଏପର୍ଯ୍ୟନ୍ତ କୌଣସି ଟୁର୍ନାମେଣ୍ଟରେ ଖେଳାଯାଇଥିବା ଫାଇନାଲ ମ୍ୟାଚ ରେ ସର୍ବନିମ୍ନ ସ୍କୋର କରିବାର ରେକର୍ଡ ଶ୍ରୀଲଙ୍କା ନାମରେ ରେକର୍ଡ ହୋଇଛି। ଏହାପୂର୍ବରୁ, ଏହି ରେକର୍ଡ ଶ୍ରୀଲଙ୍କା ୨୦୦୦ ମସିହାରେ ଶାରଜାଠାରେ ଖେଳାଯାଇଥିବା ଫାଇନାଲ ମ୍ୟାଚରେ ସେ ୫୪ ରନ ସ୍କୋର କରି ଅଲଆଉଟ୍‌ ହୋଇଥିଲା। ଦିନିକିଆର କୌଣସି ଦଳ ଫାଇନାଲ ମ୍ୟାଚ ରେ ସର୍ବନିମ୍ନ ସଂଖ୍ୟକ ଓଭର ଖେଳିବାର ରେକର୍ଡ ମଧ୍ୟ ଶ୍ରୀଲଙ୍କା ନାମରେ ରେକର୍ଡ ହୋଇଛି। ଶ୍ରୀଲଙ୍କା ଏହି ମ୍ୟାଚରେ ମାତ୍ର ୧୫.୨ ଓଭରରେ ସୀମିତ ରହିଥିଲା।
ଦିନିକିଆ ଫର୍ମାଟ ଇତିହାସରେ ଶ୍ରୀଲଙ୍କା ଦଳର ସର୍ବନିମ୍ନ ସ୍କୋର ୨୦୧୨ ମସିହାରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଏହା ୪୩ ରନ ଥିଲା। ଏହା ବ୍ୟତୀତ ଏହି ମ୍ୟାଚରେ ରେକର୍ଡ ହୋଇଥିବା ତାଙ୍କର ଦ୍ୱିତୀୟ ସର୍ବନିମ୍ନ ସ୍କୋର ହେଉଛି ୫୦ ରନ। ଏହି ମ୍ୟାଚରେ ଶ୍ରୀଲଙ୍କା ଦଳର କେବଳ ୨ଖେଳାଳି ଡବଲ ଅଙ୍କ ଛୁଇଁବାରେ ସଫଳ ହୋଇଥିଲେ।

Share