Categories: ଖେଳ

ଶ୍ରୀଲଙ୍କା ବ୍ୟାଟିଂ ଲାଇନ ଫେଲ୍‌, ୫୫ ରନ୍‌ରେ ନାମ୍ବିଆ ବିଜୟୀ…

ଗିଲୋଙ୍ଗ,୧୬।୧୦ : ଟି -୨୦ ବିଶ୍ୱକପର ଶ୍ରୀଲଙ୍କା ଏବଂ ନାମ୍ବିଆ ମଧ୍ୟରେ ରବିବାର ଖେଳା ଯାଉଥିବା ପ୍ରଥମ ମ୍ୟାଚରେ ନାମ୍ବିଆ ୫୫ ରନ୍‌ରେ ବିଜୟୀ ହୋଇଛି। ଅଷ୍ଟ୍ରେଲିଆର ଗିଲୋଙ୍ଗର ସାଇମୋଣ୍ଡସ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚରେ ଶ୍ରୀଲଙ୍କା ଦଳ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା।

ପ୍ରଥମେ ବ୍ୟାଟିଂ କରି ନାମ୍ବିଆ ଧାର୍ଯ୍ୟ ୨୦ ଓଭରରେ ୭ ଓ୍ବିକେଟ ହରାଇ ୧୬୩ ରନ ସଂଗ୍ରହ କରିଥିଲା। ଫଳରେ ଶ୍ରୀଲଙ୍କା ସାମ୍ନାରେ ବିଜୟ ଲକ୍ଷ୍ୟ ୧୬୪ ରନ୍‌ ରହିଥିଲା। ତେବେ ଶ୍ରୀଲଙ୍କା ବ୍ୟାଟିଂ ଲାଇନ ଫେଲ୍‌ ହୋଇଥିଲା। ୧୬୪ ରନ୍‌ର ପିଛା କରି ଶ୍ରୀଲଙ୍କା ୧୯ ଓଭରରେ ୧୦ ଓ୍ବିକେଟ ହରାଇ ୧୦୮ ରନ୍‌ କରିବାକୁ ସକ୍ଷମ ହୋଇଥିଲା।

Share