ଶ୍ରୀଲଙ୍କାର ପୂର୍ବତନ ରାଷ୍ଟ୍ରପତି ମୈଥ୍ରିପାଲ ସିରିସେନା ନିର୍ବାଚନ ଲଢ଼ିବାକୁ କଲେ ଘୋଷଣା…

କଲମ୍ବୋ,୩୧।୧ : ଶ୍ରୀଲଙ୍କାର ପୂର୍ବତନ ରାଷ୍ଟ୍ରପତି ମୈଥ୍ରିପାଲ ସିରିସେନା ଆସନ୍ତା ରାଷ୍ଟ୍ରପତି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଘୋଷଣା କରିଛନ୍ତି। ସେ ଶ୍ରୀଲଙ୍କା ଫ୍ରିଡମ ପାର୍ଟି ସମର୍ଥନରେ ଏହି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ। ସିରିସେନା ୨୦୧୫-୨୦୧୯ରୁ ଶ୍ରୀଲଙ୍କାର ରାଷ୍ଟ୍ରପତି ଭାବରେ କାର୍ଯ୍ୟ କରିଥିଲେ। ଲଙ୍କା ଏକ୍ସପ୍ରେସର ରିପୋର୍ଟ ଅନୁଯାୟୀ, ଶ୍ରୀଲଙ୍କାରେ ରାଷ୍ଟ୍ରପତି ନିର୍ବାଚନ ସେପ୍ଟେମ୍ବର ୨୦୨୪ରେ ହେବାକୁ ଯାଉଛି। ମୈଥ୍ରିପାଲା ସିରିସେନା ଏସଏଲଏଫପି ମୁଖ୍ୟାଳୟରେ ଏକ ଗଣମାଧ୍ୟମରେ ସୂଚନା ଦେଇ ଏହି ଘୋଷଣା କରିଛନ୍ତି।

ତାଙ୍କ ବିରୋଧରେ କୌଣସି ଷଡଯନ୍ତ୍ର ନେଇ ସେ ଭୟଭୀତ ନୁହଁନ୍ତି ବୋଲି ଶ୍ରୀଲଙ୍କାର ପୂର୍ବତନ ରାଷ୍ଟ୍ରପତି କହିଛନ୍ତି। ସେ କହିଛନ୍ତି ଯେ ମୁଁ କୌଣସି ଜିନିଷରୁ ପଛକୁ ଫେରିବି ନାହିଁ। ମୁଁ କୌଣସି ଷଡଯନ୍ତ୍ରକୁ ଭୟ କରେ ନାହିଁ। ମୁଁ ଆଇନ ଏବଂ କୋର୍ଟକୁ ସମ୍ମାନ କରେ। ଯେତେ ଅସୁବିଧା ହେଉନା କାହିଁକି ମୁଁ ଫ୍ରିଡମ ପାର୍ଟି ସମର୍ଥନରେ ପରବର୍ତ୍ତୀ ରାଷ୍ଟ୍ରପତି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବି ।

Share