Posted inଜାତୀୟ

ଶ୍ରୀଲଙ୍କା ମାଟିକୁ ଭାରତ ବିରୋଧରେ ବ୍ୟବହାର କରିବାକୁ ଦିଆଯିବନି: ଦିସାନାୟକେ

ନୂଆଦିଲ୍ଲୀ,୧୬ା୧୨: ଶ୍ରୀଲଙ୍କା ଏହାର ଅଞ୍ଚଳକୁ ଭାରତର ସ୍ବାର୍ଥ ବିରୋଧୀ କୌଣସି କାର୍ଯ୍ୟରେ ବ୍ୟବହାର ପାଇଁ ଅନୁମତି ଦେବ ନାହିଁ ବୋଲି ଏହାର ରାଷ୍ଟ୍ରପତି ଅନୁରା କୁମାରା ଦିସାନାୟକେ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। ଭାରତକୁ ଟାର୍ଗେଟ କରିବା ପାଇଁ ଚାଇନା ଏହାର ‘ମିଶନ ଇଣ୍ଡିଆନ୍‌ ଓସନ୍‌’କୁ ବଢ଼ାଇ ଚାଲିଛି। ଶ୍ରୀଲଙ୍କା ଚାଇନାର ଋଣ ଶୁଝିବାରେ ବିଫଳ ହେବାରୁ ଏହାର ହମ୍ବାନ୍‌ଟୋଟା ବନ୍ଦରକୁ ଚାଇନା ଅକ୍ତିଆର କରିଛି। ସେଠାରେ ବେଜିଂ ନାଭାଲ ସର୍ଭିଲେନ୍ସ ଏବଂ ସ୍ପାଏ ଜାହାଜ ମୁତୟନ କରିଥିବାବେଳେ ଦିସାନାୟକେ ନୂଆଦିଲ୍ଲୀକୁ ଏଭଳି ପ୍ରତିଶ୍ରୁତି ଦେଇଛନ୍ତି।

ନୂଆଦିଲ୍ଲୀର ହାଇଦ୍ରାବାଦ ହାଉସ୍‌ରେ ଉଭୟଙ୍କ ମଧ୍ୟରେ ହୋଇଥିବା ଦ୍ୱିପାକ୍ଷିକ ଆଲୋଚନା ବେଳେ ଭାରତ-ଶ୍ରୀଲଙ୍କା ସମ୍ପର୍କକୁ ମଜଭୁତ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି ଦିସାନାୟକେ କହିଛନ୍ତି। ଭାରତ ସହ ସହଯୋଗ ବଢ଼ିଚାଲିଛି ଏବଂ ଏହି ସମର୍ଥନ ଜାରି ରହିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି। ଗତ ସେପ୍ଟେମ୍ବରରେ ଶ୍ରୀଲଙ୍କା ରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରିଥିବା ଦିସାନାୟକେ ଭାରତକୁ ପ୍ରଥମ ବିଦେଶ ଗସ୍ତରେ ଆସି ଖୁସି ବ୍ୟକ୍ତ କରିଛନ୍ତି। ୨ ବର୍ଷ ପୂର୍ବେ ଶ୍ରୀଲଙ୍କା ଅଭୂତପୂର୍ବ ଆର୍ଥିକ ସଙ୍କଟର ସମ୍ମୁଖୀନ ହୋଇଥିବାବେଳେ ଭାରତ ପର୍ଯ୍ୟାପ୍ତ ସହାୟତା କରିଥିବା ସେ ସ୍ବୀକାର କରିଛନ୍ତି। ଶ୍ରୀଲଙ୍କାର ଆଞ୍ଚଳିକ ଅଖଣ୍ଡତା ଓ ସାର୍ବଭୌମତ୍ୱର ସୁରକ୍ଷା ପାଇଁ ଭାରତ ପୂର୍ଣ୍ଣ ସହଯୋଗ କରିବ ବୋଲି ପ୍ରଧାନମନ୍ତ୍ରୀ ମୋଦି ପ୍ରତିଶ୍ରୁତି ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା: ପଡ଼ିପାରେ କୁଆପଥର

ଭୁବନେଶ୍ୱର,୨୭ା୪: ରାଜ୍ୟର ବଦଳିବ ପାଗ। ମେ’ ୧ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ସୂଚନା ଜାରି କରିଛି...

ପହଲଗାମ ଆକ୍ରମଣକୁ ନେଇ ଭବିଷ୍ୟବାଣୀ କରିଦେଇଥିଲେ ବାବା ଭେଙ୍ଗା, ଏବେ ଭାରତ-ପାକିସ୍ତାନ ଯୁଦ୍ଧ ଉପରେ କହିଲେ ବଡ଼କଥା

Baba Vanga Prediction ପହଲଗାମ ଆକ୍ରମଣ ପରେ ଦେଶ ଏବଂ ବିଶ୍ୱରେ ଆତଙ୍କର ବାତାବରଣ ରହିଛି। ଘାଟିରେ ପାକିସ୍ତାନୀ ଆତଙ୍କବାଦୀମାନେ ଯେଉଁ ମୃତ୍ୟୁର ତାଣ୍ଡବ କରିଛନ୍ତି...

OCS ମେନ୍‌ ପରୀକ୍ଷାରେ ତ୍ରୁଟି: ଆଜି ଗୋଟିଏ ଦିନରେ ସାମ୍ନାକୁ ଆସିଲା ୨ଟି ବଡ଼ ଭୁଲ୍‌

ଭୁବନେଶ୍ୱର,୨୭ା୪: ରବିବାର ଗୋଟିଏ ଦିନରେ ୨ଟି ବଡ଼ ପରୀକ୍ଷାରେ ତ୍ରୁଟି ହୋଇଥିବା ସାମ୍ନାକୁ ଆସିଛି। OSSC ସହ OPSC ପରିଚାଳିତ ପରୀକ୍ଷାରେ ତ୍ରୁଟି ହୋଇଛି। ନୋଟିସ୍‌...

ଭୁବନେଶ୍ୱର ଛାଡ଼ିଲେ ପାକିସ୍ତାନୀ ମହିଳା ନଗମା ୟୁସୁଫ୍‌

ଭୁବନେଶ୍ୱର,୨୭ା୪: ଭୁବନେଶ୍ବର ଛାଡ଼ିଛନ୍ତି ପାକିସ୍ତାନୀ ନାଗରିକ ନଗମା ୟୁସୁଫ୍‌।  ୨୦୦୮ରେ ଜଣେ ବ୍ୟବସାୟୀଙ୍କୁ ବିବାହ କରି ଭୁବନେଶ୍ୱର ଭୁବନେଶ୍ୱର ବିଜେବି ନଗର ଅଞ୍ଚଳରେରହି ଆସୁଥିଲେ। ବିବାହ...

ଚିଲିକା କୂଳରେ ଅବସ୍ଥିତ ଓଡ଼ିଶାର ୨୦୦ ବର୍ଷର ଐତିହାସିକ ରାଜମହଲ, ସାଜିଛି ପର୍ଯ୍ୟଟକଙ୍କ ନୂଆ ଆକର୍ଷଣ

ଚିଲିକା ହ୍ରଦର ମନୋରମ କୂଳରେ ଅବସ୍ଥିତ ରମ୍ଭା ରାଜମହଲ ଓଡ଼ିଶାର ଐତିହାସିକ ଓ ସାଂସ୍କୃତିକ ଐତିହ୍ୟର ଏକ ଅନୁପମ ନିଦର୍ଶନ। ପ୍ରାୟ ୨୦୦ ବର୍ଷର ପୁରୁଣା...

ପ୍ରଧାନମନ୍ତ୍ରୀଙ୍କ ‘ମନ୍‌ କି ବାତ୍‌’ରେ ‘Sachet App, ଜାଣନ୍ତୁ ଏହା କ’ଣ, କାହିଁକି ହୋଇଛି ଆରମ୍ଭ

ନୂଆଦିଲ୍ଲୀ,୨୭ା୪: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ତାଙ୍କର ୧୨୧ତମ ମନ୍‌ କି ବାତ୍‌ରେ ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (NDMA) ଦ୍ୱାରା ସଚେତ ଆପ୍‌,...

ପହଲଗାମ ଆକ୍ରମଣ: ତଦନ୍ତକୁ ତୀବ୍ର କଲା NIA, ପ୍ରତ୍ୟକ୍ଷଦର୍ଶୀଙ୍କୁ ମିନିଟ୍‌ ବାଏ ମିନିଟ୍‌ ପଚରାଉଚରା

ନୂଆଦିଲ୍ଲୀ,୨୭ା୪: ଆତଙ୍କବାଦୀ ଆକ୍ରମଣ ପରେ ଏପ୍ରିଲ ୨୩ ତାରିଖରୁ ପହଲଗାମରେ ଡେରା ପକାଇ ବସିଛନ୍ତି ଜାତୀୟ ତଦନ୍ତକାରୀ ସଂସ୍ଥା(NIA) ଅଧିକାରୀ। ରବିବାର ଏନଆଇଏ ବିଦ୍ଧିବଦ୍ଧ ଭାବେ...

‘ପହଲଗାମ ଆତଙ୍କବାଦୀ ଆକ୍ରମଣ ଦେଶକୁ ଦୁଃଖ ଦେଇଛି, କଡା ଜବାବ ଦିଆଯିବ’: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୭ା୪: ‘ମନ୍ କି ବାତ’ର ୧୨୧ତମ ଏପିସୋଡରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, “ଆଜି ମୁଁ ଆପଣଙ୍କ ସହ ମନର କଥା କହୁଛି, ମୋ ହୃଦୟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image