ବାଂଲାଦେଶରେ ଶ୍ରୀଲଙ୍କା ସ୍ଥିତି: ପୋଲିସ ଗାଡ଼ି ଭଙ୍ଗାରୁଜା

ଢାକା,୭ା୮: ଶ୍ରୀଲଙ୍କା ପରେ ଏବେ ବାଂଲାଦେଶରେ ଆର୍ଥିକ ସଙ୍କଟ ସବୁଠୁ ଖରାପ ସ୍ଥିତି ଦେଇ ଗତି କରୁଛି। ଏଠାରେ ତୈଳ ଦର ବୃଦ୍ଧି ପାଇବାରୁ ଶ୍ରୀଲଙ୍କା ପରିସ୍ଥିତି ସୃଷ୍ଟି ହୋଇଛି। ଏହି ଦରଦାମ୍‌ ବୃଦ୍ଧି ନେଇ ଲୋକେ ରାସ୍ତାକୁ ଓହ୍ଲାଇଛନ୍ତି। ଦେଶର କେତେକ ସହରରେ ବିକ୍ଷୋଭ ଜାରି ରହିଛି। ଉତ୍ତ୍ୟେକ୍ତ ଲୋକମାନେ ପୋଲିସ ଗାଡ଼ି ଭଙ୍ଗାରୁଜା କରିଛନ୍ତି। ଦେଶର ବର୍ତ୍ତମାନ ସ୍ଥିତି ଦେଖିଲେ ଏହା ଆଗକୁ ଆହୁରି ଭୟଙ୍କର ହୋଇପାରେ ବୋଲି ଆଶଙ୍କା କରାଯାଉଛି। ବାଂଲାଦେଶରେ ପେଟ୍ରୋଲର ମୂଲ୍ୟ ୫୧ ପ୍ରତିଶତ ଏବଂ ଡିଜେଲର ମୂଲ୍ୟ ୪୨ ପ୍ରତିଶତ ବୃଦ୍ଧି ପାଇଛି। ଯାହାକୁ ନେଇ ଲୋକେ ରାଜରାସ୍ତାକୁ ଓହ୍ଲାଇଛନ୍ତି।

ବାଂଲାଦେଶର ଅର୍ଥମନ୍ତ୍ରୀ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍‌ଏଫ୍‌)ରୁ ୪.୫ ମିଲିୟନ ଡଲାର ଋଣ ମାଗିଛନ୍ତି। କେବଳ ଏତିକି ନୁହେଁ, ଆର୍ଥିକ ସଙ୍କଟର ସମ୍ମୁଖୀନ ହେଉଥିବା ବାଂଲାଦେଶରେ ଅନ୍ୟମାନଙ୍କଠାରୁ ଆମଦାନୀ ହେଉଥିବା ତୈଳ ଯୋଗାଣ ବ୍ୟାହତ ହୋଇଛି। ଫଳରେ ଏଠାରେ ଡିଜେଲ ଚାଳିତ ପାଓ୍ବାରପ୍ଲାଣ୍ଟ ବନ୍ଦ ହୋଇଯାଇଛି। ଦେଶର କେନ୍ଦ୍ରୀୟ ବ୍ୟାଙ୍କର ଟ୍ରେଜେରୀ ଏତେ ପରିମାଣର ହ୍ରାସ ପାଇଛି ଯେ, ଅନେକ ସାମଗ୍ରୀ ଆମଦାନୀ ଉପରେ ପ୍ରତିବନ୍ଧକ ଲଗାଯାଇଛି।

Share