Advertisement

ବାଲେଶ୍ୱରରେ ଖୋଲିଲା ଶ୍ରୀଲେଦର ଶୋ’ରୁମ୍‌

ବାଲେଶ୍ୱର ଅଫିସ,୧୮।୨: ବାଲେଶ୍ୱର ସହରର ଷ୍ଟେଶନ ରାସ୍ତାରେ ଦେଶର ଅନ୍ୟତମ ପ୍ରମୁଖ ଜୋତା କମ୍ପାନୀ ‘ଶ୍ରୀଲେଦର’ର ଶୋ’ରୁମ୍‌ ଖୋଲିଛି। ବାଲେଶ୍ୱର ବିଧାୟକ ସ୍ବରୂପ କୁମାର ଦାସ ଓ ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ା ମିଳିତ ଭାବେ ଏହି ଶୋ’ରୁମ୍‌କୁ ଉଦ୍‌ଘାଟନ କରିିଛନ୍ତି।
ଉତ୍ସବରେ ଅଧିକୃତ ବିକ୍ରେତା ଯଯାତି ଦାସ ପୌରୋହିତ୍ୱ କରିବା ସହିତ ଶ୍ରୀଲେଦର ଆଉଟଲେଟ୍‌ ଖୋଲିବାର ଆଭିମୁଖ୍ୟ ଓ ଶୋ’ରୁମ୍‌ରେ ମିଳିବାକୁ ଥିବା ସାମଗ୍ରୀର ବୈଶିଷ୍ଟ୍ୟ ସମ୍ପର୍କରେ ସୂଚନା ଦେଇଥିଲେ। ଗ୍ରାହକଙ୍କ ରୁଚିକୁ ଦୃଷ୍ଟିରେ ରଖି ସମାଜର ସବୁବର୍ଗର ଲୋକ ବିଶେଷ କରି ମହିଳା, ଛାତ୍ରୀଛାତ୍ରଙ୍କ ପାଇଁ ସ୍ବଳ୍ପ ମୂଲ୍ୟରେ ଜୋତା ସମେତ ଅନ୍ୟାନ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଯୋଗାଇବାରେ ଏହି ଶୋ’ରୁମ୍‌ ବିଶେଷ ସହାୟକ ହେବ ବୋଲି ସେ ଆଶା ପ୍ରକାଶ କରିଥିଲେ। ‘ଶ୍ରୀଲେଦର’ର ବିଜ୍ଞାପନ ଓ ଲୋକସମ୍ପର୍କ ବିଭାଗ ମ୍ୟାନେଜର ସୌରଭ ବିଶ୍ୱାସ ଯୋଗଦେଇ କମ୍ପାନୀର ଉପତ୍ାଦିତ ଜୋତା ଓ ଅନ୍ୟାନ୍ୟ ସାମଗ୍ରୀର ମୂଲ୍ୟ ତଥା ଗୁଣବତ୍ତା ସମ୍ପର୍କରେ ସୂଚନା ଦେଇଥିଲେ। ୭୦ ବର୍ଷର ଏହି ଶ୍ରୀଲେଦର କମ୍ପାନୀର ସମ୍ପ୍ରତି ଦେଶର ମୋଟ୍‌ ୨୭ ଗୋଟି ଆଉଟ୍‌ଲେଟ୍‌ ରହିଥିବା ବେଳେ ବାଲେଶ୍ୱରର ଏହି ଶୋ’ରୁମ୍‌କୁ ନେଇ ଓଡ଼ିଶାର ସପ୍ତମ ଶୋ’ରୁମ ବୋଲି ପ୍ରକାଶ କରିଥିଲେ। ଉଦ୍‌ଘାଟନୀ ଉତ୍ସବରେ କମ୍ପାନୀର ପର୍ଜେଜ ମ୍ୟାନେଜର ଇମା ମହେଶ୍ୱର ରାଓ, ଅନୀଶ ଦାସ, ମନୀଷ ଦାସ ଏବଂ ଦୁର୍ଗା ରାଜକ ପ୍ରମୁଖ ଉପସ୍ଥିତ ଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share