ଶ୍ରୀଲିଙ୍ଗରାଜ ମନ୍ଦିର: ନେଗେଟିଭ ରିପୋର୍ଟ ଜରୁରୀ ନୁହେଁ

ଭୁବନେଶ୍ୱର, ୭।୧(ବ୍ୟୁରୋ) :ଶ୍ରୀଲିଙ୍ଗରାଜ ମନ୍ଦିରକୁ ପ୍ରବେଶ ପାଇଁ କରୋନା ନେଗେଟିଭ ରିପୋର୍ଟ ଜରୁରୀ ନୁହେଁ। ଏନେଇ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) କମିଶନର ପ୍ରେମଚନ୍ଦ୍ର ଚୌଧାରୀ ବୁଧବାର ସୂଚନା ଦେଇଛନ୍ତି। ସେ କହିଛନ୍ତି, ମନ୍ଦିର ପ୍ରବେଶ ପଥରେ ସମସ୍ତଙ୍କର ସ୍କ୍ରିନିଂ କରାଯିବ। ଯଦି କାହାର କୋଭିଡ୍‌ ଲକ୍ଷଣ ଦେଖାଦେବ ତେବେ ତାଙ୍କର ଟେଷ୍ଟ କରାଯିବ। ଏଥିସହିତ ସବୁ ବୟସର ଭକ୍ତ ମନ୍ଦିରକୁ ଯାଇପାରିବେ ବୋଲି କମିଶନର କହିଛନ୍ତି। ପୂର୍ବରୁ ନେଗେଟିଭ ରିପୋର୍ଟ ଥିଲେ ପ୍ରବେଶ ଅନୁମତି ଥିଲା। ସେହିଭଳି ୧୦ ବର୍ଷରୁ କମ୍‌ ଓ ୬୫ ବର୍ଷରୁ ଅଧିକ ବୟସର ଶ୍ରଦ୍ଧାଳୁଙ୍କ ମନ୍ଦିର ପ୍ରବେଶ ଉପରେ କଟକଣା ଲଗାଯାଇଥିଲା। କୋଭିଡ୍‌ ସ୍ଥିତିରେ ସୁଧାର ଆସିବାରୁ ଦୀର୍ଘ ୯ ମାସ ପରେ କଟକଣା ସହ ଡିସେମ୍ବର ୨୭ରେ ଶ୍ରୀଲିଙ୍ଗରାଜ ମନ୍ଦିର ଖୋଲିଥିଲା। ପ୍ରଥମ ପର୍ଯ୍ୟାୟରେ ସେବାୟତଙ୍କ ପରିବାରକୁ ଦର୍ଶନ ଅନୁମତି ଥିଲା। ୩ରୁ ୫ ତାରିଖ ଭୁବନେଶ୍ୱରବାସୀଙ୍କୁ ଦର୍ଶନ ସୁଯୋଗ ମିଳିଥିବାବେଳେ ବୁଧବାରଠାରୁ ସର୍ବସାଧାଣ ଦର୍ଶନ ଆରମ୍ଭ ହୋଇଛି।

Share