ପୁରୀ ଅଫିସ,୨୫।୪: ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ପରେ ପୁରୀ ଗଜପତିଙ୍କ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ଶ୍ରୀମନ୍ଦିର ସଂପୂର୍ଣ୍ଣ ସୁରକ୍ଷିତ ଅଛି । ମହାପ୍ରଭୁଙ୍କ କାମ ହେଉଛି ସମସ୍ତଙ୍କ କାର୍ଯ୍ୟ। ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ଯ୍ୟକୁ ସମସ୍ତେ ଆଗେଇ ନେବା ଉଚିତ୍। ମହାପ୍ରଭୁଙ୍କର କାମରେ ବିରୋଧ କିମ୍ବା ବାଧା ସୃଷ୍ଟ କରିବା ଉଚିତ୍ ନୁହେଁ ବୋଲି କହିଛନ୍ତି ଗଜପତି ମହାରାଜ ଦିବ୍ୟ ସିଂହ ଦେବ ।
ଆହୁରି କହିଛନ୍ତି ଯେ, ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସହଯୋଗରେ କାମ ଜାରି ରହି କାମ ଶେଷ ହେବା ଦରକାର । କୌଣସି ଗୋଟିଏ ବ୍ୟକ୍ତି କିମ୍ବା ଦଳ କିମ୍ବା ସରକାରଙ୍କ ଏହା କାମ ନୁହେଁ । ଏହି ଧାମକୁ ବିଶ୍ୱସ୍ତରରେ ସ୍ଥାପନ କରିବା ପାଇଁ ନିତାନ୍ତ ଆବଶ୍ୟକ । ଏଥିପାଇଁ ସମସ୍ତ ଭକ୍ତ ମିଳିମିଶି ଆଲୋଚନା କରି ପ୍ରଥମେ ସମସ୍ତ ବାଧା ହଟାଇବା ଦରକାର ।