
ପୁରୀ,୪।୪: ମହାପ୍ରଭୁଙ୍କ ଦୈନନ୍ଦିନ ସେବାକୁ ଆହୁରି ଶୃଙ୍ଖଳିତ କରିବା ପାଇଁ ଶ୍ରୀମନ୍ଦିର କାର୍ଯ୍ୟାଳୟ ପକ୍ଷରୁ ଏକ ବଡ଼ ପଦକ୍ଷେପ ନିଆଯାଇଛି। ନୀଳାଦ୍ରି ଭକ୍ତ ନିବାସ ସଭାଗୃହରେ ଶୁକ୍ରବାର ସେବାୟତମାନଙ୍କ ଏକ ପ୍ରଶିକ୍ଷଣ ଶିବିର ଆରମ୍ଭ ହୋଇଯାଇଛି। ଶିବିରରେ ମହାପ୍ରଭୁଙ୍କ ସେବାରେ ନିୟୋଜିତ ସେବକମାନଙ୍କୁ ଉତ୍ତମ ଆଚରଣ ଏବଂ ବ୍ୟବହାର ଉପରେ ପ୍ରଶିକ୍ଷଣ ଦିଆଯାଉଛି। ଶିବର ୪ ଏବଂ ୫ ତାରିଖ ଦୁଇ ଦିନ ଧରି ଚାଲିବ। ଜିଲାପାଳ ଏବଂ ଶ୍ରୀମନ୍ଦିର ପ୍ରଶାସକଙ୍କ ତତ୍ୱାବଧାନରେ ଶିବିର ଆରମ୍ଭ ହୋଇଛି।
ସୂଚନା ଯୋଗ୍ୟ, ଶିବିରରେ ପ୍ରଶିକ୍ଷଣ ନେବା ନେଇ ସେବକମାନେ ନିଜ ନାମ ପଞ୍ଜୀକରଣ କରିଥିଲେ। ଏଥିରେ ପଞ୍ଜୀକୃତ ସମସ୍ତ ସେବାୟତଙ୍କୁ ପ୍ରଶିକ୍ଷଣ ଦିଆଯାଉଛି।