ଶ୍ରୀଶ୍ରୀ ବାବାଇଦା ହେଲେ ସତ୍‌ସଙ୍ଗର ଆଚାର୍ଯ୍ୟଦେବ

ଦେଓଘର/ଭୁବନେଶ୍ୱର,୨୭ା୧୨: ଆଚାର୍ଯ୍ୟଦେବ ପରମ ପୂଜ୍ୟପାଦ ଶ୍ରୀଶ୍ରୀଦାଦାଙ୍କ ମହାପ୍ରୟାଣ ପରେ ‘ସତ୍‌ସଙ୍ଗ’ର ନୂତନ ଆଚାର୍ଯ୍ୟଦେବ ଭାବେ ସ୍ଥଳାଭିଷିକ୍ତ ହୋଇଛନ୍ତି ଶ୍ରୀଶ୍ରୀ ବାବାଇଦା (ଶ୍ରୀ ଅର୍କଦ୍ୟୁତି ଚକ୍ରବର୍ତ୍ତୀ)। ରବିବାର ଶ୍ରୀଶ୍ରୀ ଦାଦାଙ୍କ ଏକାଦଶ ଦିବସରେ ‘ସତ୍‌ସଙ୍ଗ’ର ସଭାପତି ଡ. ଅଲୋକ ଚକ୍ରବର୍ତ୍ତୀ (ପୂଜ୍ୟପାଦ ମେଜଦା)ଙ୍କ ଆହ୍ବାନକ୍ରମେ ସମସ୍ତ ଭକ୍ତ ଓ ଅନୁଗାମୀ ଶ୍ରୀଶ୍ରୀ ବାବାଇଦାଙ୍କୁ ପୁରୋଭାଗରେ ରଖି ଶ୍ରୀଶ୍ରୀ ଠାକୁରଙ୍କ ପ୍ରଦର୍ଶିତ ମାର୍ଗରେ ଅଗ୍ରସର ହେବାକୁ ସଂକଳ୍ପ ଗ୍ରହଣ କରିଥିଲେ।

ଶ୍ରୀଶ୍ରୀ ବାବାଇଦା ୧୯୬୮ ଜୁନ୍‌ ୭ରେ ଜନ୍ମଗ୍ରହଣ କରିଥିଲେ। ଶୈଶବ ଅବସ୍ଥାରୁ ହିଁ ସେ ଠାକୁରଙ୍କ ଆଦର୍ଶର ପ୍ରଚାର-ପ୍ରସାରରେ ନିଜକୁ ବ୍ରତୀ କରିଥିଲେ। ପରବର୍ତ୍ତୀ ସମୟରେ ସେ ‘ସତ୍‌ସଙ୍ଗ’ର ପ୍ରଶାସକ ଦାୟିତ୍ୱ ବହନ କରି ‘ସତ୍‌ସଙ୍ଗ’ ଆନ୍ଦୋଳନକୁ ଦେଶର ବିଭିନ୍ନ ପ୍ରାନ୍ତରେ ବ୍ୟାପକ କରିବାରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥିଲେ। ୨୦୧୬ରେ ସେ ଦେଶର ଅଧିକାଂଶ ଅଞ୍ଚଳ ଗସ୍ତକରି କ୍ରମାଗତ ଭାବେ ୧୦୦ ଦିନ ମଧ୍ୟରେ ପ୍ରାୟ ୪.୭୨ ଲକ୍ଷ ଲୋକଙ୍କୁ ସତମନ୍ତ୍ରରେ ଦୀକ୍ଷିତ କରିଥିଲେ।

Share