ଜାତିସଂଘକୁ ସମ୍ବୋଧିତ କରିବେ ଶ୍ରୀଶ୍ରୀ ରବିଶଙ୍କର

ଜାତିସଂଘ ସାଧାରଣ ସଭା ପକ୍ଷରୁ ଡିସେମ୍ବର ୨୧କୁ ବିଶ୍ୱ ଧ୍ୟାନ ଦିବସ ଘୋଷଣା କରାଯିବା ନେଇ ସଂକଳ୍ପନାମା ପାରିତ ହୋଇଥିବା ପରିପ୍ରେକ୍ଷୀରେ ବୈଶ୍ୱିକ ଆଧ୍ୟାମତ୍ିକ ଗୁରୁ ତଥା ମାନବବାଦୀ ଗୁରୁଦେବ ଶ୍ରୀଶ୍ରୀ ରବିଶଙ୍କର ଶନିବାର ଓ୍ବାଲର୍‌ଡ ମେଡିଟେଶନ୍‌ ଉପରେ ସମ୍ବୋଧିତ କରିବେ। ପ୍ରତିବର୍ଷ ଡିସେମ୍ବର ୨୧ରେ ଧ୍ୟାନ ଉପରେ ଏକ ବାର୍ଷିକ ବୈଶ୍ୱିକ ଉତ୍ସବ ପାଳନ ଉଦ୍ଦେଶ୍ୟରେ ଏହି ଐତିହାସିକ କାର୍ଯ୍ୟକ୍ରମ ଆୟୋଜନ ହେବାକୁ ଯାଉଛି। ଏତିକି ନୁହେଁ, ମାନସିକ ଓ ଶାରୀରିକ ସ୍ବାସ୍ଥ୍ୟ ଉପରେ ଧ୍ୟାନର ପରିବର୍ତ୍ତନକାରୀ ଲାଭକୁ ଏହା ସ୍ବୀକୃତି ପ୍ରଦାନ ପୂର୍ବକ ଶାନ୍ତି ଓ ଏକତା ପ୍ରତିଷ୍ଠା ଦିଗରେ ମଧ୍ୟ ଏହା ବେଶ୍‌ ସହାୟକ ହେବ ବୋଲି ବୁଧବାର ଆର୍ଟ ଅଫ୍‌ ଲିଭିଂ ପକ୍ଷରୁ ଜାରି ଏକ ବିବୃତିରେ କୁହାଯାଇଛି। ପ୍ରଥମ ‘ଓ୍ବାଲର୍‌ଡ ମେଡିଟେଶନ୍‌ ଡେ’ର ବିଷୟବସ୍ତୁ ରହିଛି, ‘ମେଡିଟେଶନ୍‌ ଫର୍‌ ଗ୍ଲୋବାଲ ପିସ୍‌ ଆଣ୍ଡ ହାର୍‌ମୋନି’।

Share