Categories: ବାଣିଜ୍ୟ

ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟରେ ‘ଆୱାର୍ଡ ଟୁ ରିୱାର୍ଡ’ କାର୍ଯ୍ୟକ୍ରମ

ଭୁବନେଶ୍ୱର,୭।୯ (ଅଭୟ ଦାଶ): ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନଷ୍ଠାନ ତଥା ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ପରିସରରେ ‘ଆୱାର୍ଡ ଟୁ ରିୱାର୍ଡ’କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଗୁରୁଦିବସ ଅବସରରେ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ କଟକ ପକ୍ଷରୁ ଅନ୍‌ଲାଇନ ମାଧ୍ୟମରେ ‘ଓଡ଼ିଶାରେ ମହିଳା ଉଦ୍ୟମିତା ମଞ୍ଚ’ ୱେପ୍‌ ‘ଆୱାର୍ଡ ଟୁ ରିୱାର୍ଡ’ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି।

‘ଭବିଷ୍ୟତର ଶିଳ୍ପପତିଙ୍କ ନିର୍ମାଣ’ ଶୀର୍ଷକରେ ହୋଇଥିବା ଏହି ପ୍ରୟାସର ମୂଳ ଉଦ୍ଦେଶ୍ୟ ହେଉଛି ଦେଶରେ ମହିଳା ଉଦ୍ୟୋଗୀଙ୍କ ପାଇଁ ଏକ ଶକ୍ତିଶାଳୀ ଏବଂ ସମାନୁପାତି ପରିବେଶ ଗଢ଼ିବା କାର୍ଯ୍ୟକ୍ରମଟିରେ ଚିତ୍ରାଂଶୀ ବରଣୱାଲ ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିଲେ। ଏହାପରେ ଏସ୍‌ଏସ୍‌ଏ ଇନୋଭେଶନ ଫାଉଣ୍ଡେଶନର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡ.ବରଦା ପ୍ରସାଦ ପାଣିଗ୍ରାହୀ ଅଭିଭାଷଣରେ କହିଥିଲେ,ଅନୁଷ୍ଠାନ ଦ୍ୱାରା ୧୯୦ ରୁ ଅଧିକ ଷ୍ଟାର୍ଟଅପ୍‌ ଆରମ୍ଭ କରାଯାଇଛି,ଯାହା ମଧ୍ୟରୁ ୩୦%ରୁ ଅଧିକ ମହିଳାଙ୍କ ନେତୃତ୍ୱରେ ଚାଲୁଛି। ଏହି ଷ୍ଟାର୍ଟଅପ୍‌ଗୁଡ଼ିକ ସାମଗ୍ରିକ ଭାବେ ୨ କୋଟି ଟଙ୍କାରୁ ଅଧିକ ଅର୍ଥରାଶି ଏକତ୍ର କରିଛନ୍ତି ‘ଆୱାର୍ଡ ଟୁ ରିୱାର୍ଡ’ କାର୍ଯ୍ୟକ୍ରମ ସହ ଏହା ବିଧିବଦ୍ଧ ଭାବେ ଆରମ୍ଭ ହୋଇଥିଲା। ଏହା କଲେଜ ଛାତ୍ରୀଛାତ୍ରମାନଙ୍କୁ ନୂତନତ୍ୱ ଓ ସଫଳ ନେତୃତ୍ୱ ନେବାକୁ ପ୍ରୋତ୍ସାହିତ କରିଥାଏ। ନୀତି ଆୟୋଗର ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଏବଂ ୱେପ୍‌ର ମିଶନ ନିର୍ଦ୍ଦେଶିକା ଆନ୍ନା ରାୟ ନିଜ ସମ୍ବୋଧନରେ କହିଥିଲେ, ଏହି କାର୍ଯ୍ୟକ୍ରମ ଇଚ୍ଛାଶକ୍ତି, ଜ୍ଞାନଶକ୍ତି ଏବଂ କର୍ମଶକ୍ତି ଏହି ୩ଟି ମୂଳ ଭିତ୍ତିରେ ନିର୍ମିତ, ଯାହା ମହିଳା ଉଦ୍ୟୋଗୀମାନଙ୍କ ପାଇଁ ସହାୟକ ହୋଇପାରିବ।

ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ଅଧ୍ୟକ୍ଷା ପ୍ରଫେସର ରଜିତା କୁଲକର୍ଣ୍ଣୀ, ଏହି ସହଭାଗିତା ଉପରେ ତାଙ୍କର ମତବ୍ୟକ୍ତ କରିବା ସହ ଏହି ଉଦ୍ୟମ ପ୍ରତି ବିଶ୍ୱବିଦ୍ୟାଳୟର ପ୍ରତିବଦ୍ଧତାକୁ ଭୂୟସୀ ପ୍ରଶଂସା କରିଥିଲେ। କୁଳପତି ପ୍ରଫେସର (ଡ.) ତେଜ୍‌ ପ୍ରତାପ, ବିଶ୍ୱବିଦ୍ୟାଳୟର ପକ୍ଷରୁ ମହିଳା ଉଦ୍ୟମିତା ଦିଗରେ ସମସ୍ତ ପ୍ରକାର ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ଅଟଳ ଇନୋଭେଶନ ମିଶନର ମିଶନ ନିର୍ଦ୍ଦେଶକ ଚିନ୍ତନ ବୈଷ୍ଣବ, ଭାରତରେ ମହିଳା ଉଦ୍ୟୋଗୀମାନଙ୍କର ଅଭିବୃଦ୍ଧି ସମ୍ପର୍କରେ ଆଲୋଚନାକରି ସେମାନଙ୍କ ଭୂମିକାକୁ ପ୍ରଶଂସା କରିଥିଲେ। ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର କାର୍ଯ୍ୟକାରୀ କୁଳ ସଚିବ ଶୁଭଜ୍ୟୋତି ଘୋଷ କାର୍ଯ୍ୟକ୍ରମ ଶେଷ ହେବା ପରେ ଧନ୍ୟବାଦ ଜ୍ଞାପନକରି ଅଂଶଗ୍ରହଣ କରିଥିବା ସମସ୍ତ ପ୍ରତିଯୋଗୀ ଓ ଉପସ୍ଥିତ ଅତିଥିମାନଙ୍କୁ କୃତଜ୍ଞତା ଜଣାଇଥିଲେ

Share