ମୃତ୍ୟୁ ପୂର୍ବରୁ ଶ୍ରୀଦେବୀ ଶେୟାର କରିଥିଲେ ଏହି ଫଟୋ, ଆଜି ବି ଲୋକେ କରୁଛନ୍ତି ଏମିତି କମେଣ୍ଟ

ମୁମ୍ବାଇ: ବଲିଉଡ୍‌ର ସୁନ୍ଦରୀ ଅଭିନେତ୍ରୀ ଶ୍ରୀଦେବୀଙ୍କ ମୃତ୍ୟୁ ଆଜକୁ ୩ ବର୍ଷ ତଳେ ହୋଇଥିଲା। ୨୪ ଫେବୃୟାରୀ ୨୦୧୮ରେ ଶ୍ରୀଦେବୀଙ୍କ ମୃତ୍ୟୁ ଘଟିଥିଲା। ଅଚାନକ ମୃତ୍ୟୁ ଖବର ପୂରା ଦୁନିଆକୁ ଚକିତ କରିଦେଇଥିଲା। ଶ୍ରୀଦେବୀଙ୍କ ମୃତ୍ୟୁକୁ ଲୋକେ ଆଜି ବି ସହଜରେ ଗ୍ରହଣ କରୁପାରୁନାହାନ୍ତି। ତାଙ୍କର ତୃତୀୟ ପୁଣ୍ୟତିଥିରେ ଲୋକେ ତାଙ୍କୁ ଖୁବ୍‌ ମନେ ପକାଉଛନ୍ତି।

ଶ୍ରୀଦେବୀ ଦୁବାଇରେ ଜଣେ ସମ୍ପର୍କୀୟଙ୍କ ବିବାହ ଉତ୍ସବରେ ଯୋଗ ଦେବାକୁ ଯାଇଥିଲେ। ସେଠାରେ ବାଥ୍‌ଟବ୍‌ରେ ବୁଡି ତାଙ୍କର ମୃତ୍ୟୁ ହୋଇଥିଲା। ମୃତ୍ୟୁ ପୂର୍ବରୁ ସେ ତାଙ୍କ ପରିବାର ସହ ଏକ ଫଟୋ ଶେୟାର କରିଥିଲେ। ଏହି ଫଟୋରେ ସେ ବେଶ୍‌ ଖୁସି ଜଣାପଡୁଥିଲେ। ଏବେ ଏହି ଫଟୋ ଦେଖିଲେ ଲାଗୁଛି ଯେମିତି ସେ ଦୁନିଆରେ ଆଜି ବି ବଞ୍ଚିଛନ୍ତି।

ଏହି ବିବାହ ଉତ୍ସବରେ ଯୋଗ ଦେବାକୁ ଶ୍ରୀଦେବୀ ତାଙ୍କ ସ୍ବାମୀ ବୋନି କପୁର ଏବଂ ସାନ ଝିଅ ଖୁସି କପୁରଙ୍କ ସହ ପହଞ୍ଚିଥିଲେ। ଫଟୋରେ ସେ ବହୁତ ଖୁସି ଥିଲେ। ଫଟୋରେ ସେ ବିବାହ ଉତ୍ସବକୁ ଉପଭୋଗ କରିଥିଲେ। ଏହି ଫଟୋରେ ତାଙ୍କ ବଡ଼ ଝିଅ ଜାହ୍ନବୀ କପୁର ନ ଥିଲେ। ଫଟୋ ଦେଖି ପ୍ରଶଂସକମାନେ କହୁଛନ୍ତି, ତୁମେ ଫେରିଆସ। କିଛି ପ୍ରଶଂସକ ଏବଂ ବନ୍ଧୁ ତାଙ୍କ ପ୍ରତିଦିନ ମିସ୍‌ କରୁଛନ୍ତି ବୋଲି ଲେଖିଛନ୍ତି।

Share