ଶୁଟିଂସେଟ୍‌ରେ ଅସୁସ୍ଥ ହୋଇପଡ଼ିଥିଲେ ରଜନୀକାନ୍ତ; ସପ୍ତାହେ ଯାଏ ବ୍ରତ ରଖି ସାଇବାବାଙ୍କ ପୂଜା କରିଥିଲେ ଏହି ଅଭିନେତ୍ରୀ

ବମ୍ବେ: ସୁପରଷ୍ଟାର ରଜନୀକାନ୍ତ ‘ଥଲାଇଭା’ ନାମରେ ବେଶ୍‌ ଲୋକପ୍ରିୟ । ଆଜି ତାଙ୍କର ହାପି ବର୍ଥ ଡେ। ଏହି ଉପଲକ୍ଷେ ତାଙ୍କ ନିକଟକୁ ଛୁଟିଛି ଶୁଭେଚ୍ଛାର ସୁଅ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଠାରୁ ଆରମ୍ଭ କରି ଅନେକ ବଡ଼ ବଡ଼ ସେଲିବ୍ରିଟି, ପ୍ରଶଂସକ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଉଛନ୍ତି।

ରଜନୀକାନ୍ତଙ୍କ ପ୍ରକୃତ ନାମ ଶିବାଜୀ ରାଓ ଗାୟକଓ୍ବାଡ। ଏକ ଗରିବ ପରିବାରରେ ତାଙ୍କ ଜନ୍ମ। ବାପାଙ୍କ ମୃତ୍ୟୁ ପରେ ସେ କୁଲି ଭାବେ କାମ କରି ଚଳାଉଥିଲେ ପରିବାର। ହେଲେ ସମୟ ବଦଳିବା ସହ ତାଙ୍କ ଉପଲବ୍ଧି ବଢ଼ିଛି। ଏବେ ବୟସାଧିକ ହୋଇଥିଲେ ହେଁ ତାଙ୍କ କ୍ରେଜ ପ୍ରଶଂସକଙ୍କ ମଧ୍ୟରେ ଆଜିବି ରହିଛି। ଥଲାଇଭାଙ୍କ ପ୍ରତିଟି ଫିଲ୍ମ ହିଟ୍‌ ହୋଇଥାଏ। ଚମତ୍କାର ଅଭିନୟକୁ ନେଇ ତାଙ୍କୁ ପୂଜା ମଧ୍ୟ କରାଯାଏ। ଏକ ସମୟରେ ଅଭିନେତ୍ରୀ ଶ୍ରୀଦେବୀ ତାଙ୍କର ଫ୍ୟାନ୍‌ ଥିଲେ। ସେ ତାଙ୍କ ପାଇଁ ବ୍ରତ ମଧ୍ୟ ରଖୁଥିଲେ।

୨୦୧୧ରେ ରଜନୀକାନ୍ତ ଫିଲ୍ମ ‘ରାଣା’ର ଶୁଟିଂ କରୁଥିଲେ। ଏହି ସମୟରେ ସେ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କୁ ସିଙ୍ଗାପୁରସ୍ଥିତ ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଶ୍ରୀଦେବୀ ଏହା ଜାଣିବାକୁ ପାଇଥିlଲେ। ପରେ ସେ ଶିରିଡ଼ି ସାଇବାବାଙ୍କ ମନ୍ଦିର ଯାଇ ପୂଜା କରିବା ସହ ୭ ଦିନର ବ୍ରତ ରଖିଥିଲେ।

ଅଭିନୟ ବିଷୟରେ ଯଦି କଥା ହେବା ତେବେ କଥିତ ଭାବେ ପ୍ରଥମେ ରଜନୀକାନ୍ତଙ୍କ ସାବତ ମା’ ଭୂମିକାରେ ନଜର ଆସିଥିଲେ ଶ୍ରୀଦେବୀ। ସେତେବେଳେ ତାଙ୍କୁ ମାତ୍ର ୧୩ ବର୍ଷ ହୋଇଥିଲା। ଫିଲ୍ମପାଇଁ ଶ୍ରୀଦେବୀ ଅଧିକ ପାଉଣା ମଧ୍ୟ ପାଇଥିଲେ।

Share