ବଲିଉଡ୍ର ଆଗଧାଡିର ଅଭିନେତ୍ରୀ ମଧ୍ୟରୁ ଜାହ୍ନବୀ କପୁର ଅନ୍ୟତମ। ଖୁବ ଶୀଘ୍ର ଜାହ୍ନବୀ ତାଙ୍କର ୨୫ ତମ ଜନ୍ମଦିନ ପାଳନ କରିବାକୁ ଯାଉଛନ୍ତି । ବଲିଉଡ୍ରେ ତାଙ୍କ ସଫଳତା ନେଇ ଗର୍ବ କରିବାକୁ ତାଙ୍କ ମା’ତଥା ଭେଟରାନ ଅଭିନେତ୍ରୀ ଶ୍ରୀଦେବୀ ଜୀବିତ ନାହାନ୍ତି। ଯଦିଓ ଶ୍ରୀଦେବୀ ଝିଅକୁ ନେଇ ଏକ ଭିନ୍ନ ସ୍ବପ୍ନ ଦେଖିଥିଲେ।
ଇଣ୍ଡଷ୍ଟ୍ରିର ଜଣାଶୁଣା ନିର୍ମାତା ବୋନି କପୁର ଏବଂ ଶ୍ରୀଦେବୀଙ୍କ ଝିଅ ଜାହ୍ନବୀ ଜନ୍ମହେବା ପରେ ଉଭୟ ବହୁତ ଖୁସି ହୋଇଯାଇଥିଲେ। ପ୍ରତ୍ୟେକ ମା’ବାପାଙ୍କ ପରି, ସେମାନଙ୍କର ଛୋଟ ଝିଅକୁ ନେଇ ସେମାନଙ୍କର ଅନେକ ସ୍ବପ୍ନ ଥିଲା। ବୋନି ଭାବୁଥିଲେ ଯେ ଝିଅ ଯାହା ଚାହିଁବ, ସେ ପ୍ରତ୍ୟେକ ପଦକ୍ଷେପରେ ତାଙ୍କ ସହିତ ରହିବେ । କିନ୍ତୁ ଶ୍ରୀଦେବୀ ତାହା ଚାହୁଁ ନ ଥିଲେ। ସେ ଚାହୁଁ ନ ଥିଲେ ଯେ, ଝିଅ ଫିଲ୍ମ ଇଣ୍ଡଷ୍ଟ୍ରିର ଏକ ଅଂଶ ହୁଅନ୍ତୁ। ଶ୍ରୀଦେବୀ ଚାହୁଁଥିଲେ ଜାହ୍ନବୀ ଡାକ୍ତର ହୁଅନ୍ତୁ। ଜାହ୍ନବୀଙ୍କ ସ୍ବପ୍ନକୁ ନେଇ ବୋନିଙ୍କ କୌଣସି ଆପତ୍ତି ନ ଥିଲା ବେଳେ ଶ୍ରୀଦେବୀ, ଯିଏ ନିଜେ ବଲିଉଡରର ଅଂଶ ଥିଲେ, ସେ ତାଙ୍କ ଝିଅକୁ ଏକ ଭିନ୍ନ କରିବା ଅର୍ଥାତ ଡାକ୍ତର କରିବାକୁ ଚାହୁଁଥିଲେ । ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଶ୍ରୀଦେବୀ ସର୍ବଦା ଚାହୁଁଥିଲେ ତାଙ୍କ ଝିଅ ବହୁତ ପାଠ ପଢୁ ଭଲ ନାଁ ରଖୁ ।