ବଲିଉଡ୍‌ରେ ଏଣ୍ଟ୍ରି କରିବେ ଖୁସି!

ମୁମ୍ବାଇ: କିଛିଦିନ ହେବ ବଲିଉଡ୍‌ରେ ଷ୍ଟାରକିଡଙ୍କ ଏଣ୍ଟ୍ରି ଏକ ଟ୍ରେଣ୍ଡ ପାଲଟି ଯାଇଛି କହିଲେ ଚଳେ । ସାରା ଅଲି ଖାଁ, ଇଶାନ ଖଟ୍ଟର, ଅନନ୍ୟା ପାଣ୍ଡେ, ଜାହ୍ନବୀ କପୁରଙ୍କ ଭଳି ଷ୍ଟାର କିଡ୍ ବଲିଉଡ୍‌ରେ ଏଣ୍ଟ୍ରି କରି ଧୁମ ମଚେଇଲେଣି । ଶ୍ରୀଦେବୀ ଓ ବୋନି କପୁରଙ୍କ ଝିଅ ଜାହ୍ନବୀ କପୁର ବଲିଉଡ୍‌ରେ ଏବେ ଖୁବ୍ ପରିଚିତ । କେବଳ ଜାହ୍ନବୀ ନୁହେଁ ଶ୍ରୀଦେବୀଙ୍କ ସାନ ଝିଅ ଖୁସି କପୁର ବି କୁଆଡେ ବଲିଉଡ୍‌ରେ ଏଣ୍ଟ୍ରି କରିବାକୁ ସଜବାଜ ହେଲେଣି ବୋଲି ଶୁଣିବାକୁ ମିଳିଛି । ଆଉ ଏକଥା ନିଜେ ପିତା ବୋନି କପୁର ସୂଚନା ଦେଇଛନ୍ତି । ନିକଟରେ ବମ୍ବେ ଟାଇମ୍ସକୁ ଦେଇଥିବା ଏକ ସାକ୍ଷାତ୍‌କାରରେ ବୋନି ଏହି ସୂଚନା ଦେଇଛନ୍ତି । ଯଦିଓ ଏହା ବିଧିବଦ୍ଧ ଭାବେ ଘୋଷଣା କରାଯାଇ ନାହିଁ ତେବେ ଖୁବ୍‌ଶୀଘ୍ର ଖୁସି ଏ ବିଷୟରେ ଘୋଷଣା କରିବେ ବୋଲି ବୋନି କହିଛନ୍ତି । ସେ କହିଛନ୍ତି ଆକ୍ଟିଙ୍ଗରେ ଖୁସିଙ୍କର ରୁଚି ରହିଛି ତେଣୁ ସେ ବଲିଉଡ୍‌ରେ ଏଣ୍ଟ୍ରି କରିବାକୁ ଇଣ୍ଟ୍ରେଷ୍ଟେଡ ଅଛନ୍ତି । ଅବଶ୍ୟ ଜଣେ ପ୍ରଯୋଜକ ଓ ନିର୍ଦ୍ଦେଶକ ଭାବେ ବୋନି ଝିଅ ଖୁସିଙ୍କୁ ଲଞ୍ଚକରିବେ ନାହିଁ ବୋଲି କହିଛନ୍ତି । କାରଣ ସେ ଚାହାଁନ୍ତି ପିତା ହିସାବରେ ସେ ଖୁସିଙ୍କୁ ଲଞ୍ଚ କରିବା ଠିକ୍ ହେବ ନାହିଁ । କାରଣ ଏହା ପୂର୍ବରୁ ବି ବୋନିଙ୍କ ପୁଅ ଅର୍ଜୁନ କପୁରଙ୍କୁ ୟଶରାଜ ବ୍ୟାନର ଫିଲ୍ମ ‘ଇଶକଜାଦେ’ ଲଞ୍ଚ କରିଥିବା ବେଳେ ଝିଅ ଜାହ୍ନବୀଙ୍କୁ କରନ ଜୋହର ଫିଲ୍ମ ‘ଧଡକ’ରେ ଲଞ୍ଚ କରିଥିଲେ । ଆଉ ଆଜି ଏମାନେ ସଫଳ ହେବାକୁ ଯାଉଛନ୍ତି । କିନ୍ତୁ ବୋନି ଭାଇ ସଞ୍ଜୟଙ୍କୁ ଲଞ୍ଚ କରିଥିବା ବେଳେ ଏହାର ଫଳ ଭଲ ନ ଥିଲା ବୋଲି ବୋନି କହିଛନ୍ତି । ତେଣୁ ସେ ଚାହାଁନ୍ତି ଖୁସି ବି ଅନ୍ୟ ବ୍ୟାନରରେ ବଲିଉଡ୍‌ରେ ଏଣ୍ଟ୍ରି କରନ୍ତୁ । ଖୁସିଙ୍କ ଖୁସିକୁ ନେଇ ବୋନି ଯେତିକି ଖୁସି ଭଉଣୀ ଜାହ୍ନବୀ ମଧ୍ୟ ସେତିକି ଖୁସି ବୋଲି ଶୁଣିବାକୁ ମିଳିଛି ।

Share