ଶ୍ରୀଦେବୀଙ୍କ ଜୀବନୀ ଉପରେ ଆସିବ ପୁସ୍ତକ

ଭାରତୀୟ ସିନେମାର ସର୍ବଶ୍ରେଷ୍ଠ ଅଭିନେତ୍ରୀମାନଙ୍କ ମଧ୍ୟରୁ ଶ୍ରୀଦେବୀ ଥିଲେ ଅନ୍ୟତମ। ସେ ନିଜର ଚମତ୍କାର କ୍ୟାରିୟର ଏବଂ ସୌନ୍ଦର୍ଯ୍ୟ ଜରିଆରେ ଲୋକଙ୍କ ହୃଦୟରେ ଏକ ଅବିସ୍ମରଣୀୟ ଛାପ ଛାଡିଥିଲେ। ଦୁର୍ଭାଗ୍ୟବଶତଃ ୨୦୧୮ରେ ତାଙ୍କର ମୃତ୍ୟୁ ଘଟିଥିଲା। ତାଙ୍କ ସ୍ମୃତିରେ ‘ଶ୍ରୀଦେବୀ – ଦି ଲାଇଫ ଅଫ ଲିଜେଣ୍ଡ’ ନାମକ ଏକ ପୁସ୍ତକ ରଚନା କରାଯିବ ବୋଲି ଘୋଷଣା କରିଥିଲା। ଏହି ପୁସ୍ତକ ଶ୍ରୀଦେବୀଙ୍କ ଜୀବନ ଏବଂ କ୍ୟାରିୟରର ପ୍ରମୁଖ ଦିଗକୁ ସାମ୍ନାକୁ ଆଣିବ।
‘ଶ୍ରୀଦେବୀ – ଦି ଲାଇଫ ଅଫ ଲିଜେଣ୍ଡ’ ଘୋଷଣା ହେବା ଦିନଠାରୁ ଶ୍ରୀଦେବୀଙ୍କ ପ୍ରଶଂସକମାନେ ଏହି ପୁସ୍ତକ ରିଲିଜକୁ ଅପେକ୍ଷା କରି ରହିଛନ୍ତି। ଏହି ପୁସ୍ତକ ରିଲିଜ ସମ୍ବନ୍ଧରେ ଶ୍ରୀଦେବୀଙ୍କ ସ୍ବାମୀ ବୋନି କପୁର ଏକ ବଡ ଅପଡେଟ ଦେଇଛନ୍ତି। ଶ୍ରୀଦେବୀଙ୍କ ଜୀବନୀ ଉପରେ ଏକ ପୁସ୍ତକ ଉପରେ କାମ ଚାଲିଛି ଏବଂ ଚଳିତ ବର୍ଷ ଶେଷ ସୁଦ୍ଧା ଏହା ରିଲିଜ୍‌ ହେବ ବୋଲି ବୋନି ଘୋଷଣା କରିଛନ୍ତି।
ବୋନି ଟୁଇଟ୍‌ ଯୋଗେ କହିଛନ୍ତି, ଶ୍ରୀଦେବୀ ପ୍ରକୃତିର ଶକ୍ତି ଥିଲେ। ସେ ମଧ୍ୟ ଜଣେ ନିର୍ଭୀକ ବ୍ୟକ୍ତି ଥିଲେ। ‘ଶ୍ରୀଦେବୀ – ଦି ଲାଇଫ ଅଫ ଲିଜେଣ୍ଡ’ ପୁସ୍ତକ ଲେଖିଥିବା ଧୀରଜ କୁମାର ହେଉଛନ୍ତି ସେହି ବ୍ୟକ୍ତି ଯାହାକୁ ଶ୍ରୀଦେବୀ ତାଙ୍କ ପରିବାର ଭାବରେ ବିବେଚନା କରିଥିଲେ। ସେ ଜଣେ ଗବେଷକ ଏବଂ ଲେଖକ। ଆମେ ଖୁସି ଯେ, ସେ ଶ୍ରୀଦେବୀଙ୍କ ଅତିରିକ୍ତ ସାଧାରଣ ଜୀବନ ପାଇଁ ଏକ ପୁସ୍ତକ ଲେଖୁଛନ୍ତି। ଏହି ପୁସ୍ତକ ୱେଷ୍ଟଲ୍ୟାଣ୍ଡ ବୁକ ଦ୍ୱାରା ପ୍ରକାଶିତ ହେବ।

Share