Categories: ଖେଳ

ଭାରତୀୟ ବ୍ୟାଡ୍‌ମିଣ୍ଟନ ଇତିହାସରେ ନୂଆ ଅଧ୍ୟାୟ

ନୂଆଦିଲ୍ଲୀ,୧୯।୧୨: ଭାରତୀୟ ବ୍ୟାଡ୍‌ମିଣ୍ଟନ ଇତିହାସରେ ନୂଆ ଅଧ୍ୟାୟ ଲେଖିଛନ୍ତି କିଡାମ୍ବି ଶ୍ରୀକାନ୍ତ। ଶନିବାର ଖେଳାଯାଇଥିବା ବିଶ୍ୱ ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ୍‌ର ସେମିଫାଇନାଲରେ ସାଥି ଖେଳାଳି ଲକ୍ଷ୍ୟ ସେନଙ୍କୁ ୨୧-୧୭, ୧୪-୨୧, ୧୭-୨୧ ଗେମ୍‌ରେ ହରାଇ ସେ ଫାଇନାଲରେ ପ୍ରବେଶ କରିଛନ୍ତି। ଏଭଳି ସମ୍ମାନଜନକ ଟୁର୍ନାମେଣ୍ଟର ଫାଇନାଲକୁ ଉନ୍ନୀତ ହେବାରେ ଶ୍ରୀକାନ୍ତ ପ୍ରଥମ ଭାରତୀୟ ପୁରୁଷ ସିଙ୍ଗଲ୍ସ ଖେଳାଳି। ତାଙ୍କ ପୂର୍ବରୁ ପ୍ରକାଶ ପାଦୁକୋଣ (୧୯୮୩) ଓ ବି ସାଇ ପ୍ରଣୀଥ (୨୦୧୯)ରେ ବିଶ୍ୱ ଚାମ୍ପିୟନଶିପ୍‌ ସେମିଫାଇନାଲ ପର୍ଯ୍ୟନ୍ତ ପହଞ୍ଚିଥିଲେ। ୨୮ ବର୍ଷୀୟ ଷ୍ଟାର ଖେଳାଳି ୩୪ ସପ୍ତାହ ପରେ ପ୍ରଥମ ଥର କୌଣସି ଟୁର୍ନାମେଣ୍ଟର ଫାଇନାଲରେ ପ୍ରବେଶ କରିଛନ୍ତି।

Share