Categories: ଖେଳ

ବିଶ୍ୱକପ ପାଇଁ ଭାରତୀୟ ଦଳ ଚୟନ କଲେ ପୂର୍ବତନ ମୁଖ୍ୟ ଚୟନକର୍ତ୍ତା

ନୂଆଦିଲ୍ଲୀ,୨୫।୮: ଏସିଆ କପ ୨୦୨୩ ପାଇଁ କେବଳ ଅଳ୍ପ ଦିନ ବାକି ଅଛି। ଭାରତୀୟ ଦଳ ବାଙ୍ଗାଲୋରରେ ଚାଲିଥିବା ଫିଟନେସ ପରୀକ୍ଷା କ୍ୟାମ୍ପରେ ଭାଗ ନେଇଛନ୍ତି। ସେପ୍ଟେମ୍ବର ୨ରେ ଭାରତ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ସହିତ ମୁକାବିଲା କରିବ। ଏହା ପରେ ଭାରତ ବିଶ୍ୱକପ ପାଇଁ ପ୍ରସ୍ତୁତି ଆରମ୍ଭ କରିବ। ଏଭଳି ପରିସ୍ଥିତିରେ ଭାରତର ପୂର୍ବତନ ମୁଖ୍ୟ ଚୟନକର୍ତ୍ତା ଶ୍ରୀକାନ୍ତ ତାଙ୍କର ୧୫ ଜଣିଆ ଦଳ ଘୋଷଣା କରିଛନ୍ତି।

ପୂର୍ବତନ କ୍ରିକେଟର ଶ୍ରୀକାନ୍ତ ବିଶ୍ୱକପ ୨୦୨୩ ପାଇଁ ତାଙ୍କ ଦଳରେ ୬ଜଣ ବ୍ୟାଟ୍ସମ୍ୟାନ ଚୟନ କରିଛନ୍ତି। ଶ୍ରୀକାନ୍ତ ରୋହିତ ଶର୍ମା, ଶୁଭମାନ ଗିଲ, ଇଶାନ କିଷନ, ବିରାଟ କୋହଲି, କେ.ଏଲ ରାହୁଲ ଏବଂ ସୂର୍ଯ୍ୟକୁମାରଙ୍କ ନାମ ଘୋଷଣା କରିଛନ୍ତି। ଆଶ୍ଚର୍ଯ୍ୟର କଥା ହେଉଛି, ଶ୍ରୀକାନ୍ତ ଆହତ ଅବସ୍ଥାରେ ଫେରିଥିବା ଶ୍ରେୟାସ ଆୟରଙ୍କୁ ତାଙ୍କ ଦଳରେ ବାଛି ନାହାଁନ୍ତି। ହେଲେ ଏସିଆ କପ ପାଇଁ ଶ୍ରେୟସ ଆୟରଙ୍କୁ ଚୟନ କରାଯାଇଛି।

ରୋହିତ ଶର୍ମା (ଅଧିନାୟକ), ଶୁଭମାନ ଗିଲ, ଇଶାନ କଶନ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, କେ.ଏଲ ରାହୁଲ, ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, ଅକ୍ଷର ପଟେଲ, ଯସପ୍ରୀତ ବୁମ୍ରା, ମହମ୍ମଦ ଶାମି, ମହମ୍ମଦ ସିରାହ, ଶାର୍ଦ୍ଦୁଲ ଠାକୁର, ୟୁଜଭେନ୍ଦ୍ର ଚହଲ।

Share