ଶ୍ରୀକୃଷ୍ଣ ମନ୍ଦିର ଭାଙ୍ଗିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ…

ଇସଲାମାବାଦ,୨।୧୨ : ପାକିସ୍ତାନର ପଞ୍ଜାବର ସାଦିକାବାଦର ଅହମ୍ମଦପୁର ଲୁମ୍ମା ସହରର ଏକ ଶ୍ରୀକୃଷ୍ଣ ମନ୍ଦିର ଭାଙ୍ଗି ଏହାକୁ ମଦ୍ରାସାରେ ପରିଣତ କରିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଭିଡିଓ ଭାଇରାଲ ହେବା ମାତ୍ରେ ବିବାଦ ଆରମ୍ଭ ହୋଇଛି। ଭାଇରାଲ ଭିଡିଓରେ ଶ୍ରୀକୃଷ୍ଣ ମନ୍ଦିରର ସମ୍ପୂର୍ଣ୍ଣ ଦୃଶ୍ୟ ଦେଖାଯାଇଛି ଯେଉଁଠାରେ ମନ୍ଦିର ସମ୍ମୁଖରେ ଭଗବାନ ଶ୍ରୀକୃଷ୍ଣଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଥିଲା। ତେବେ ଏହି ମନ୍ଦିର ଶୀଘ୍ର ଏକ ଇସଲାମିକ ଶିକ୍ଷାନୁଷ୍ଠାନ ହେବାକୁ ଯାଉଛି।

ସାଦିକାବାଦରେ ଅବସ୍ଥିତ ଏହି ଶ୍ରୀକୃଷ୍ଣ ମନ୍ଦିର ଏହାର ଐତିହାସିକ ଗୁରୁତ୍ୱ ପାଇଁ ପ୍ରସିଦ୍ଧ। ବହୁ ବର୍ଷ ଧରି ଏହା ସହରର ଏକ ଅଂଶ ହୋଇଆସୁଛିଶ। ଦୁଇଟି ଗାଈ ସହିତ ବଂଶୀ ବଜାଉଥିବା ଭଗବାନ ଶ୍ରୀକୃଷ୍ଣଙ୍କ ପ୍ରତିମୂର୍ତ୍ତିରେ ସଜ୍ଜିତ ଏହି ମନ୍ଦିର ଧାର୍ମିକ ବିବିଧତା ଏବଂ ସାଂସ୍କୃତିକ ଐତିହ୍ୟର ପ୍ରତୀକ ଭାବରେ ବିବେଚନା କରାଯାଏ। ମନ୍ଦିର ଭାଙ୍ଗିବା ଏବଂ ସେଠାରେ ଏକ ମଦ୍ରାସା ନିର୍ମାଣ ଖବର ଚର୍ଚ୍ଚାର ବିଷୟ ପାଲଟିଛି।

ଏହି ଭିଡିଓ ଅନୁଯାୟୀ ମନ୍ଦିରର ମୁଖ୍ୟ ଫାଟକ ବନ୍ଦ ରହିଛି। ଭିଡିଓରେ, ଜଣେ ବ୍ୟକ୍ତି ମନ୍ଦିରର ଗଠନ ବିଷୟରେ ବିସ୍ତୃତ ଭାବରେ ବର୍ଣ୍ଣନା କରୁଥିବା ଦେଖାଯାଇଛି। ସେ ସ୍ପଷ୍ଟ କରିଛନ୍ତି ଏହି ସ୍ଥାନ ୫୦ ବର୍ଷରୁ ଅଧିକ ସମୟ ଧରି ମସଜିଦ ଏବଂ ମଦ୍ରାସା ଭାବରେ ବ୍ୟବହୃତ ହୋଇଛି ଏବଂ ପିଲାମାନେ ଏଠାରେ ଅଧ୍ୟୟନ କରୁଛନ୍ତି।

 

 

Share