କଲମ୍ବୋ: ଶ୍ରୀଲଙ୍କାର ଜଣାଶୁଣା ଗାୟକ ତଥା ମ୍ୟୁଜିକ କମ୍ପୋଜର ସୁନୀଲ ପେରେରାଙ୍କ ମୃତ୍ୟୁ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୮ ବର୍ଷ ହୋଇଥିଲା। କରୋନାରେ ଆକ୍ରାନ୍ତ ଥିବାରୁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି।
ଅଗଷ୍ଟରେ ସେ କରୋନାରେ ଆକ୍ରାନ୍ତ ହୋଇ ରାଜଧାନୀ କଲମ୍ବୋସ୍ଥିତ ଏକ ହସ୍ପିଟାଲରେ ଚିକିତ୍ସା ହେଉଥିଲେ। ଗତ ସପ୍ତାହରେ ସ୍ବାସ୍ଥ୍ୟ ଅବସ୍ଥାରେ ଉନ୍ନତି ଆସିବାରୁ ସେ ଘରକୁ ଫେରିଥିଲେ। କିନ୍ତୁ କିଛିି ଦିନ ହେଲା ପୁଣି ତାଙ୍କ ସ୍ବାସ୍ଥ୍ୟ ବିଗିଡି ଯାଇଥିବାରୁ ଗତ ସୋମବାର ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ସେଠାରେ ତାଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ସେ ତାଙ୍କ କ୍ୟାରିୟରରେ ଅନେକ ଗୀତ ଗାଇଛନ୍ତି। ସାମାଜିକ ଅନ୍ୟାୟ, ଦୁର୍ନୀତି ପ୍ରସଙ୍ଗ ଉପରେ ସେ ଖୋଲା ମତ ରଖୁଥିଲେ।