Categories: ଖେଳ

ରିଷଭ ପନ୍ତଙ୍କ ବଦଳରେ ଖେଳିବେ କେ.ଏଲ୍‌ ରାହୁଲ, ରିୟାନ ପରାଗଙ୍କୁ ମିଳିଲାନି ସ୍ଥାନ

ନୂଆଦିଲ୍ଲୀ, ୦୨।୦୮: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ହେବାକୁ ଥିବା ୱାନ୍‌ଡେ ସିରିଜ୍‌ର ପ୍ରଥମ ମ୍ୟାଟ୍‌ କିଛି ସମୟ ମଧ୍ୟରେ ଆରମ୍ଭ ହେବାକୁ ଯାଉଛି । ଟି-୨୦ ବିଶ଼୍ବକପ୍‌ ପରେ ରୋହିତ ଶର୍ମା ଟିମ୍‌କୁ ଫେରିଛନ୍ତି । ଏଥି ସହିତ ଗୌତମ ଗମ୍ଭୀର ନୂଆ କୋଚ୍‌ ଭାବେ ତାଙ୍କୁ ସହାୟତା କରିବେ । ମ୍ୟାଚ୍‌ ଆରମ୍ଭ ପୂର୍ବରୁ ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛି ଶ୍ରୀଲଙ୍କା ।

ତେବେ ଶ୍ରୀଲଙ୍କା ବିପକ୍ଷ ଚୂଡ଼ାନ୍ତ ଏକାଦଶରୁ ବାଦ୍‌ ପଡ଼ିଛନ୍ତି ୱିକେଟ୍‌ କିପର ରିଷଭ ପନ୍ତ । ତାଙ୍କ ସ୍ଥାନରେ ଦଳରେ କେଏଲ ରାହୁଲ ସାମିଲ ହୋଇଛନ୍ତି । ୱିକେଟ୍‌ କିପରରେ କେଏଲ୍‌ ରାହୁଲ ଭାରତର ଶ୍ରେଷ୍ଠ ଖେଳାଳି ଭାବେ ରୋହିତ ଶର୍ମାଙ୍କ ନିଷ୍ପତ୍ତିରୁ ଜଣାପଡ଼ିଛି । ଅନ୍ୟପଟେ ରିୟାନ ପରାଗଙ୍କୁ ମଧ୍ୟ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ମିଳିନାହିଁ । ଟସ୍‌ ହାରିବା ପରେ ରୋହିତ ଶର୍ମା ବ୍ୟାଟିଂ ପାଇଁ ଏହା ଭଲ ପିଚ୍‌ ବୋଲି କହିଛନ୍ତି । ଖେଳ ବଢ଼ିବା ସହିତ ପିଚ୍‌ ଧିମା ପଡ଼ିବ ବୋଲି ସେ କହିଛନ୍ତି । ଗୋଟିଏ ଦୃଷ୍ଟିରୁ ଏହା ଭଲ । ସବୁ ପରିସ୍ଥିତିରେ ଆମ ଟିମ୍‌ ପ୍ରସ୍ତୁତ ରହିବ ବୋଲି ସେ କହିଛନ୍ତି ।

ଭାରତର ଚୂଡ଼ାନ୍ତ ଏକାଦଶ: ରୋହିତ ଶର୍ମା (ଅଧିନାୟକ), ଶୁଭମାନ ଗିଲ, ବିରାଟ କୋହଲି, ଶ୍ରେୟସ ଆୟର, କେ.ଏଲ ରାହୁଲ, ଶିବମ ଦୁବେ, ୱାଶିଂଟନ ସୁନ୍ଦର, ଆକ୍ଷର ପଟେଲ, କୁଲଦୀପ ଯାଦବ, ଅର୍ଶଦୀପ ସିଂ, ମହମ୍ମଦ ସିରାଜ।

ଶ୍ରୀଲଙ୍କାର ଚୂଡ଼ାନ୍ତ ଏକାଦଶ: ପାଥୁମ ନିସଙ୍କା, ଅଭିସ୍କା ଫର୍ନାଣ୍ଡୋ, କୁସାଲ ମେଣ୍ଡିସ, ସାଦିରା ସମରୱିକ୍ରାମା, ଚାରିଥ ଅସଲଙ୍କା (ଅଧିନାୟକ), ଜାନିଥ ଲିଆନଗେ, ୱାନିନ୍ଦୁ ହାସରାଙ୍ଗା, ଡୁନିଥ ଭେଲାଲାଗେ, ଅକିଲା ଧନଞ୍ଜୟ, ଅସିତ ଫର୍ନାଣ୍ଡୋ, ମହମ୍ମଦ ଶିରାଜ।

Share