ଶ୍ରୀଲିଙ୍ଗରାଜଙ୍କ ମଙ୍ଗଳକୃତ୍ୟ ସମ୍ପନ୍ନ

ପୁରୁଣା ଭୁବନେଶ୍ୱର,୧୦ା୬(ସୁବାସଚନ୍ଦ୍ର ପ୍ରଧାନ): ସୋମବାର ପବିତ୍ର ଶୀତଳଷଷ୍ଠୀ ଉପଲକ୍ଷେ ରବିବାର ରାତିରେ ପ୍ରଭୁ ଶ୍ରୀଲିଙ୍ଗରାଜ ଏବଂ ମା’ପାର୍ବତୀଙ୍କ ମଙ୍ଗଳକୃତ୍ୟ ବିଧିମୁତାବକ ଅନୁଷ୍ଠିତ ହୋଇଯାଇଛି। ଦୈନିକ ନୀତି ସନ୍ଧ୍ୟାଧୂପରେ ଅଷ୍ଟଚଣ୍ଡୀ ଏବଂ ଅଷ୍ଟଶମ୍ଭୁଙ୍କୁ ଭୋଗ କରାଯାଇଥଲା। ୧୬ଟି ଖେଚୁଡ଼ି ହାଣ୍ଡିକୁ ପୂଜା କରାଯାଇଥିଲା। ପରେ ଠାକୁରାଣୀ ସନ୍ଧ୍ୟା ଧୂପ ସରିଥିଲା। ଏହା ପରେ ମନ୍ଦିରରେ ଥିବା ଅଷ୍ଟଶମ୍ଭୁଙ୍କୁ ଭୋଗ ସମର୍ପଣ କରାଯାଇଥିଲା। ସେବାୟତମାନେ ଅଷ୍ଟଶମ୍ଭୁଙ୍କୁ ସମର୍ପଣ କରିବାକୁ ଶୋଭାଯାତ୍ରାରେ ବାହାରିଥିଲେ।

ପାଳିଆ ବଡୁ ସେବାୟତ ଅଷ୍ଟଚଣ୍ଡୀଙ୍କ ପାଖରେ ଫୁଲ, ଚନ୍ଦନ ଦେଇସାରିବା ପରେ ପତ୍ରୀ ସେବକ ପର୍ବ ଯାତ୍ରା ବିଶୋୟୀଙ୍କ ସହିତ ନେଇଥିବା ଚରୁଅନ୍ନକୁ ପୂଜାପଣ୍ଡା ସେବାୟତଙ୍କୁ ଦେଇଥିଲେ। ପୂଜାପଣ୍ଡା ସେବାୟତ ଉକ୍ତ ଖେଚୁଡ଼ି ହାଣ୍ଡିକୁ ଠାକୁରାଣୀଙ୍କୁ ସମର୍ପଣ କରିସାରିବା ପରେ ମନ୍ତ୍ର ମାଧ୍ୟମରେ ଶ୍ରୀଜୀଉଙ୍କ ବିବାହ ଉତ୍ସବରେ ଯୋଗଦେବା ଲାଗି ନିମନ୍ତ୍ରଣ କରିଥିଲେ। ସମର୍ପଣ ସରିବା ପରେ ମନ୍ଦିରରେ ବଡ଼ସିଂହାର କରାଯାଇ ପହଡ଼ ପଡ଼ିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ସୁଭଦ୍ରାକୁ ନେଇ ସରକାରଙ୍କ ବଡ଼ ସୂଚନା, ରାଜ୍ୟ ବାହାରେ ଥିବା ମହିଳାଙ୍କୁ ବି ମିଳିବ ଟଙ୍କା

ଭୁବନେଶ୍ୱର,୭।୯: ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱରରେ ଆଜି ସୁଭଦ୍ରା ସଚେତନତା ରଥର ଉଦ୍‌ଘାଟନ କରିବା ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ...

ସୁଜିତ କୁମାରଙ୍କୁ କିଏ ଦେଉଥିଲେ ଧମକ, ଖୋଲାଖୋଲି କହିଦେଲେ ନାଁ, ରାଜ୍ୟ ରାଜନୀତିରେ ହଲଚଲ!

ଭୁବନେଶ୍ୱର,୭।୯: ମମତା ମହନ୍ତଙ୍କ ପରେ ସୁଜିତ କୁମାର । ବିଜେଡି ଏମପି ଥିବା ସୁଜିତ କୁମାର ଶୁକ୍ରବାର ଏମ୍ପି ପଦରୁ ଇସ୍ତଫା ଦେବା ପରେ, ଭାଜପାରେ...

ଭିଜିଲାନ୍ସ ଜାଲରେ ଏମଭିଆଇ, ଲକ୍ଷଲକ୍ଷ ଟଙ୍କା ସହ ଧରାପଡ଼ିଲେ

ଭୁବନେଶ୍ୱର,୭।୯: ଲକ୍ଷଲକ୍ଷ ଟଙ୍କା ସହ ଧରାପଡିଲେ ଏମଭିଆଇ। ଭିଜିଲାନ୍ସ ଜାଲରେ ଏମଭିଆଇ ବିଜୟ ବେହୁରିଆ। ୧ ଲକ୍ଷ ୩୨ ହଜାର ଟଙ୍କା ସହ ଧରାପଡ଼ିଲେ ନୂଆପଡ଼ା...

ଭାଜପାରେ ଯୋଗଦେବେ ବିଜେଡିର ଆହୁରି ବଡ଼ବଡ଼ ନେତା: ସମ୍ପର୍କରେ ଅଛନ୍ତି…

ଭୁବନେଶ୍ୱର,୭।୯: ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି କହିଛନ୍ତି ବିଜେଡି ଏବେ ସଙ୍କଟରେ । ବିଜେଡିର ଅନେକ ନେତା ସମ୍ପର୍କରେ ଅଛନ୍ତି । ଆହୁରି କିଛି ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri