ଶ୍ରୀମନ୍ଦିର ପ୍ରଶାସନ ଫାଇଲ ମିଳୁନି

ଭୁବନେଶ୍ୱର,୧୮ା୪(ବ୍ୟୁରୋ)-ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ଘଟଣା ଭଳି ଜଗନ୍ନାଥ ମନ୍ଦିର ପ୍ରଶାସନର ୨ଟି ଫାଇଲର ପତ୍ତା ମିଳୁନାହିଁ। ଏ ନେଇ ଆଇନ ବିଭାଗ ପକ୍ଷରୁ ତନାଘନା ଆରମ୍ଭ ହୋଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ହାଇକୋର୍ଟରେ ଉକ୍ତ ଫାଇଲକୁ ଦାଖଲ କରିବାକୁ ପଡ଼ିବ। ଫାଇଲ ହଜିବାକୁ ନେଇ ଆଇନ ବିଭାଗ ଅଡୁଆରେ ପଡ଼ିଛି। ଫାଇଲ ଖୋଜିବାକୁ ମଙ୍ଗଳବାର ଆଇନ ବିଭାଗ ଡେପୁଟି ସେକ୍ରେଟାରି ସମସ୍ତ ସେକ୍ସନକୁ ଚିଠି ଲେଖିଛନ୍ତି। ଚିଠିରେ ଉଲ୍ଲେଖ କରାଯାଇଛି ଯେ ଜଗନ୍ନାଥ ମନ୍ଦିର ପ୍ରଶାସନ ପାଇଲ ନଂ. ଜେଟିଏ-୫୫/୨୦୦୬(ପିଟି) ଏବଂ ଜେଟିଏ-୦୬/୨୦୧୪ ଫାଇଲ ଜେଟିଏ ସେକ୍ସନରେ ମିଳୁ ନାହିଁ। ପ୍ରାଥମିକତା ଭିତ୍ତିରେ ଏହି ଫାଇଲ ଖୋଜିବାକୁ ସମସ୍ତ ସେକ୍ସନକୁ ଅନୁରୋଧ କରାଯାଇଛି। ଫାଇଲ ମିଳିବା ମାତ୍ରେ ଜେଟିଏ ସେକ୍ସନକୁ ଜଣାଇବାକୁ କୁହାଯାଇଛି। ଉକ୍ତ ଫାଇଲ ତୁରନ୍ତ ହାଇକୋର୍ଟରେ ଦାଖଲ କରାଯିବ ବୋଲି ଚିଠିରେ ଦର୍ଶାଯାଇଛି।

Share