୪ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ

ପୁରୀ ଅଫିସ,୭।୯: ମହାପ୍ରଭୁଙ୍କ ବାମନ ଜନ୍ମୋତ୍ସବ ବୁଧବାର ଅନୁଷ୍ଠିତ ହେବ। ସକାଳ ଧୂପ ପରେ ମହାସ୍ନାନ ଓ ସର୍ବାଙ୍ଗ ନୀତି ବଢ଼ିବ। ଅଧିବାସ ହୋଇଥିବା ପବିତ୍ରା ଲାଗି କରାଯାଇ ଠାକୁରଙ୍କୁ ଛଅମୂର୍ତ୍ତି ତଢ଼ାଉ ଲାଗି କରାଯିବ । ମଧ୍ୟାହ୍ନ ଧୂପ ସରିଲେ ବାମନ ଜନ୍ମନୀତି ଆରମ୍ଭ ହେବ । ଏହି ନୀତି ଲାଗି ଅପରାହ୍ନ ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ ୪ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ସୂଚନା ମିଳିଛି।

Share