ଶ୍ରୀମନ୍ଦିର ରୋଷ ଚୁଲି ଭାଙ୍ଗିବା ଘଟଣା: ୪ ଜେଟିପିଙ୍କୁ ପଚରାଉଚରା

ପୁରୀ ଅଫିସ,୫।୪: ଶ୍ରୀମନ୍ଦିର ରୋଷ ଚୁଲି ଭାଙ୍ଗିବା ଘଟଣାରେ ସୁରକ୍ଷାରେ ନିୟୋଜିତ ୪ ଜଣ ଜେଟିପିଙ୍କୁ ସିଂହଦ୍ୱାର ପୋଲିସ ପଚରାଉଚରା କରୁଛି। ସେହିପରି ସନ୍ଧ୍ୟାଧୂପ ପର୍ଯ୍ୟନ୍ତ ଦାୟିତ୍ୱରେ ଥିବା ସେବାୟତଙ୍କୁ ପଚରାଉଚରା ଜାରି ରହିଛି। ଶ୍ରୀମନ୍ଦିର ରୋଷ ଚୁଲି ଭାଙ୍ଗିବା ଘଟଣାରେ ପୋଲିସ ତଦନ୍ତ ଜୋରଦାର ଚଳାଇଛି। ଏ ଘଟଣାରେ ସୋମବାର ମନ୍ଦିର ପ୍ରଶାସନ ପକ୍ଷରୁ ସିଂହଦ୍ୱାର ଥାନାରେ ଏତଲା ଦିଆଯାଇଥିଲା । ତେବେ ତଦନ୍ତ ପାଇଁ ୫ଜଣିଆ ଟିମ୍‌ ଗଠନ କରିଛି ପୋଲିସ।