ଅର୍ପଣ ଚାଉଳରେ ପ୍ରସ୍ତୁତ ମହାପ୍ରସାଦ ବଣ୍ଟନ ବନ୍ଦ

ପୁରୀ,୮।୬(ଅଜିତ୍‌ କୁମାର ମହାନ୍ତି): ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ସମୟରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଅର୍ପଣ ରଥ ମାଧ୍ୟମରେ ମିଳିଥିବା ଚାଉଳରେ ମହାପ୍ରସାଦ ପ୍ରସ୍ତୁତ କରାଯାଇ ଭକ୍ତଙ୍କୁ ବଣ୍ଟନ କରାଯାଉଥିଲା। ଗତ ଫେବୃଆରୀରୁ ପ୍ରତିଦିନ ସୁଆର ମହାସୁଆର ନିଯୋଗ ପକ୍ଷରୁ ଶ୍ରୀମନ୍ଦିର ରୋଷଶାଳାରେ ଏହି ଖେଚୁଡ଼ି ଓ କାନିକା ମହାପ୍ରସାଦ ପ୍ରସ୍ତୁତ କରାଯାଇ ଉତ୍ତର, ପଶ୍ଚିମ ଏବଂ ଦକ୍ଷିଣ ଦ୍ୱାର ନିକଟରେ ବଣ୍ଟାଯାଇଆସୁଥିଲା। ଫଳରେ ଭକ୍ତମାନେ ମାଗଣାରେ ମହାପ୍ରସାଦ ପାଇବା ସହ କେହି କେହି ଘରକୁ ନେଉଥିଲେ। ଏଥିଯୋଗୁ ଭକ୍ତଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଉଥିଲା। ତେବେ ଗୁରୁବାରଠାରୁ ଏହି ମହାପ୍ରସଦ ବଣ୍ଟନ ବନ୍ଦ କରିଦିଆଯାଇଛି। ଶ୍ରୀମନ୍ଦିର ପ୍ରଶାସନର ନିଷ୍ପତ୍ତି କ୍ରମେ ମହାପ୍ରସାଦ ବଣ୍ଟନ ବନ୍ଦ କରାଯାଇଥିବା ସୁଆର ମହାସୁଆର ନିଯୋଗ ପକ୍ଷରୁ କୁହାଯାଇଛି। ରାଜ୍ୟରେ ସରକାର ବଦଳିବା ପରେ ଶ୍ରୀମନ୍ଦିର ପ୍ରଶାସନ ଏଭଳି ନିଷ୍ପତ୍ତି ନେଇଥିବା ସାଧାରଣରେ ଆଲୋଚନା ହେଉଛି। ତେବେ ଏହି ନିଷ୍ପତ୍ତିକୁ ଭକ୍ତ ଏବଂ ଜଗନ୍ନାଥପ୍ରେମୀ ନାପସନ୍ଦ କରିବା ସହ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।
ଗତ ଜାନୁଆରୀ ମାସରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ କରାଯାଇଥିଲା। ଏହି ଅବସରରେ ରାଜ୍ୟ ସରକାରଙ୍କ ପକ୍ଷରୁ ସାରା ରାଜ୍ୟରେ ଅର୍ପଣ ରଥ ବୁଲିଥିଲା। ଭକ୍ତମାନେ ଉକ୍ତ ଅର୍ପଣ ରଥରେ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଚାଉଳ, ନଡ଼ିଆ, ଗୁୁଆ ଓ ଟଙ୍କା ଆଦି ପ୍ରଦାନ କରିଥିଲେ। ପରବର୍ତ୍ତୀ ସମୟରେ ଭକ୍ତଙ୍କଠାରୁ ସଂଗୃହୀତ ଅର୍ପଣ ଚାଉଳ କ’ଣ ହେବ ବୋଲି ବିଭିନ୍ନ ମହଲରୁ ସରକାରଙ୍କୁ ପ୍ରଶ୍ନ କରାଯିବା ସହ ଏପରି କାର୍ଯ୍ୟକୁ ସମାଲୋଚନା କରାଯାଇଥିଲା। ପରେ ଶ୍ରୀମନ୍ଦିର ପ୍ରଶାସନ ଓ ସରକାରଙ୍କ ନିଷ୍ପତ୍ତି କ୍ରମେ ଉକ୍ତ ଚାଉଳରେ ମହାପ୍ରସାଦ ପ୍ରସ୍ତୁତ କରି ଭକ୍ତଙ୍କୁ ବାଣ୍ଟିବାକୁ ସ୍ଥିର ହୋଇଥିଲା। ସୁଆର ମହାସୁଆର ନିଯୋଗ ମଧ୍ୟ ଉକ୍ତ ଚାଉଳରେ କାନିକା ଓ ଖେଚୁଡ଼ି ପ୍ରସ୍ତୁତ କରି ଭକ୍ତଙ୍କୁ ବାଣ୍ଟିବା ନିମନ୍ତେ ରାଜି ହୋଇଥିଲା। ସାରା ରାଜ୍ୟରୁ ସଂଗୃହୀତ ହୋଇଥିବା ଅର୍ପଣ ଚାଉଳ ପୁରୀରେ ପହଞ୍ଚତ୍ବା ପରେ ଶ୍ରୀଗୁଣ୍ଡିଚା ମନ୍ଦିର ପରିସରରେ ରଖାଯାଇଥିଲା। ପ୍ରାୟ ୧୩ କୁଇଣ୍ଟାଲରୁ ଅଧିକ ଚାଉଳ ସଂଗୃହୀତ ହୋଇଥିଲା। ପ୍ରତ୍ୟେକ ଦିନ ଉକ୍ତ ଚାଉଳରେ କାନିକା ଓ ଖେଚୁଡ଼ି ପ୍ରସ୍ତୁତ କରାଯାଇ ଭକ୍ତଙ୍କୁ ବଣ୍ଟନ କରାଯାଉଥିଲା। ତେବେ ରାଜ୍ୟରେ ସରକାର ବଦଳିବା ପରେ ହଠାତ ଗୁରୁବାର ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅର୍ପଣ ଚାଉଳରେ ପ୍ରସ୍ତୁତ ଖେଚୁଡ଼ି ଓ କାନିକା ବଣ୍ଟନ ବନ୍ଦ କରାଯିବାକୁ ନିଷ୍ପତ୍ତି ନିଆଯିବା ସହ ସୁଆର ମହାସୁଆର ନିଯୋଗକୁ ସୂଚନା ଦିଆଯାଇ ଥିଲା। ତେଣୁ ନିଯୋଗ ପକ୍ଷରୁ ଗୁରୁବାରଠାରୁ ଅର୍ପଣ ଚାଉଳରେ କାନିକା ଓ ଖେଚୁଡ଼ି ପ୍ରସ୍ତୁତ ଓ ବଣ୍ଟନ ବନ୍ଦ କରିଦିଆଯାଇଛି। ଏନେଇ ସୁଆର ମହାସୁଆର ନିଯୋଗ ସମ୍ପାଦକ ନାରାୟଣ ମହାସୁଆର କହିଛନ୍ତି, ଅର୍ପଣ ଚାଉଳରେ ପ୍ରସ୍ତୁତ ହେଉଥିବା କାନିକା ଓ ଖେଚୁଡ଼ି ଗୁରୁବାରଠାରୁ ବଣ୍ଟନ ବନ୍ଦ କରିଦିଆଯାଇଛି। ଏହା ବନ୍ଦ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିଯୋଗକୁ କୁହାଯାଇଛି। ତେବେ ରାଜ୍ୟରେ ନୂତନ ସରକାର ଗଠନ ହେବା ପରେ ନିଯୋଗ ପକ୍ଷରୁ ଏନେଇ ଶ୍ରୀମନ୍ଦିର ପ୍ରଶାସନ ଓ ସରକାରଙ୍କୁ ଭେଟି ଆଲୋଚନା କରାଯିବ। ଭକ୍ତଙ୍କୁ ଯେପରି ମହାପ୍ରସାଦ ପୂର୍ବଭଳି ମିଳିପାରିବ ସେନେଇ ପ୍ରସ୍ତାବ ଦିଆଯିବ। ଅନ୍ୟପକ୍ଷରେ ଏ ସମ୍ପର୍କରେ ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ କିଛି ଜାଣି ନ ଥିବା କହିଛନ୍ତି। ପ୍ରଶାସନ ପକ୍ଷରୁ କିଛି ନିଷ୍ପତ୍ତି ହୋଇନାହିଁ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଯାହା କିଛି ନିଷ୍ପତ୍ତି ନିଆଯାଇଛି ବୋଲି ଜିଲାପାଳ ପ୍ରକାଶ କରିଛନ୍ତି। ମହାପ୍ରସାଦ ବଣ୍ଟନ ବନ୍ଦ ହେବାକୁ ନେଇ ଭକ୍ତଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଗୁରୁ ଚରଣ ଦାସ ନାମକ ଭକ୍ତ କହିଛନ୍ତି, ଅର୍ପଣ ଚାଉଳରୁ ପ୍ରସ୍ତୁତ ହେଉଥିବା ମହାପ୍ରସାଦକୁ ଭକ୍ତମାନେ ପାଇ ଖୁସି ହେଉଥିଲେ। ତାହାକୁ ହଠାତ ଏପରି ବନ୍ଦ କରିଦେବା ଉଚିତ ହୋଇନାହିଁ। ଭକ୍ତଙ୍କ ଭାବାବେଗକୁ ଦୃଷ୍ଟିରେ ରଖି ପୁନର୍ବାର ଏହି ବ୍ୟବସ୍ଥା କାର୍ଯ୍ୟକ୍ଷମ କରାଯାଉ ବୋଲି ଦାସ ମତବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀଜଗନ୍ନାଥଙ୍କ ରଥ ନିର୍ମାଣ ପାଇଁ ବୌଦ୍ଧରୁ ଗଲା ରଥକାଠ

ବୌଦ୍ଧ,୨୭।୪(ଅଜିତ କୁମାର ବାରିକ): ଶ୍ରୀଜଗନ୍ନାଥଙ୍କ ରଥ ନିର୍ମାଣ ପାଇଁ ରବିବାର ଚଳିତବର୍ଷ ପ୍ରଥମ ରଥକାଠ ବୌଦ୍ଧ ବନଖଣ୍ଡରୁ ପୁରୀ ପଠାଯାଇଛି। ବନଖଣ୍ଡ କାର୍ଯ୍ୟାଳୟ ସମ୍ମୁଖରେ ପୂଜାର୍ଚ୍ଚନା...

ମା’ ମାହେଶ୍ୱରୀଙ୍କ ପୂଜାର୍ଚ୍ଚନା: ଡୁମାଳ ସମାଜର ବିକାଶକୁ ଗୁରୁତ୍ୱ

ବରଗଡ଼,୨୭।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଉପକଣ୍ଠ ନଦୀଖଣ୍ଡି ସାଇ ମନ୍ଦିର ପରିସରରେ ରବିବାର ଡୁମାଳ ପରିବାରର ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ...

ପାକିସ୍ତାନ ସୁପର ଲିଗରେ ସାମିଲ ଥିବା ୨୩ ଭାରତୀୟ ସ୍ବଦେଶ ଫେରିଲେ

କରାଚୀ,୨୭ା୪: ପାକିସ୍ତାନ ସୁପର ଲିଗ (ପିଏସ୍‌ଏଲ୍‌)ର ପ୍ରଡକଶନ ଓ ବ୍ରଡକାଷ୍ଟ ଦଳର ଅଂଶଥିବା ୨୩ ଭାରତୀୟଙ୍କୁ ସୁରକ୍ଷିତ ଭାବେ ସ୍ବଦେଶ ପହଞ୍ଚାଇବା ଲାଗି ପାକିସ୍ତାନ କ୍ରିକେଟ...

Pakistan: ପାକ୍‌ ଗିରଫ କରିଥିବା ଭାରତୀୟ ଯବାନଙ୍କୁ ଖୋଜି ଖୋଜି ପାକିସ୍ତାନ ପଳାଇଲେ ଗର୍ଭବତୀ ସ୍ତ୍ରୀ, କହିଲେ…

ନୂଆଦିଲ୍ଲୀ,୨୭।୪: ସ୍ବାମୀଙ୍କୁ ମୁକୁଳେଇବା ପାଇଁ ପାକିସ୍ତାନ ଗସ୍ତ କରୁଛନ୍ତି ସ୍ତ୍ରୀ। ପଞ୍ଜାବର ଫେରୋଜପୁର ଜିଲାରେ ଅନ୍ତର୍ଜାତୀୟ ସୀମା ଅତିକ୍ରମ କରିବା ଅଭିଯୋଗରେ ପାକିସ୍ତାନ ରେଞ୍ଜର୍ସ ଦ୍ୱାରା...

ଏସିଆନ ଭଲିବଲ୍‌ରୁ ଓହରିଲା ଭାରତ

ଲାହୋର,୨୭ା୪: ପହଲଗାମ୍‌ରେ ଏପ୍ରିଲ ୨୨ ଆତଙ୍କବାଦୀ ଆକ୍ରମଣ ଘଟଣାରେ ୨୬ ପର୍ଯ୍ୟଟକ ନିହତ ହେବାପରେ ଆସନ୍ତା ମାସରେ ଭାରତ ଓ ପାକିସ୍ତାନ ଇସ୍‌ଲାମାବାଦରେ ଖେଳାଯିବାକୁଥିବା ସେଣ୍ଟ୍ରାଲ...

Pahalgam Attack: ଆକ୍ରମଣବେଳେ ଜାମା ମସଜିଦରେ ଚାଲିଥିଲା ଏମିତି, ସେଦିନ ନମାଜ ପାଠ ସାରି ମୁସଲମାନମାନେ କହିଥିଲେ…

ନୂଆଦିଲ୍ଲୀ, ୨୭।୪: ଜମ୍ମୁ ଓ କଶ୍ମୀରର ପହଲଗାମରେ ଏପ୍ରିଲ ୨୨ରେ ହୋଇଥିବା ଆତଙ୍କବାଦୀ ହମଲାରେ ୨୬ ଜଣ ନିରୀହ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିବା ପରେ ସମଗ୍ର...

ଚିକିତ୍ସା ଅବହେଳାରୁ ଶିଶୁ ମୃତ୍ୟୁ, ହସ୍ପିଟାଲରେ ଉତ୍ତେଜନା

ଭଦ୍ରକ,୨୭ା୪(ସନାତନ ରାଉତ)- ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟରେ ଅଘଟଣ ପିଛା ଛାଡୁନାହଁ।  ୩ ଦିନ ତଳେ ଜଣେ ମହିଳା ରୋଗୀଙ୍କ ଲିଫ୍ଟରେ ଚାପି ହୋଇ ମୃତ୍ୟୁ...

ଭାରତ-ପାକିସ୍ତାନ ଭିତରେ ଯୁଦ୍ଧ! AIର ଭୟଙ୍କର ଆକଳନ

ନୂଆଦିଲ୍ଲୀ, ୨୭।୪: ଜମ୍ମୁ ଓ କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image