ପୁରୀ ଅଫିସ, ୩୦।୬: ଶ୍ରୀମନ୍ଦିର ଭିତରେ କୌଣସି ପ୍ରକାର ବିପଦ ନାହିଁ। ବିଶେଷଜ୍ଞମାନଙ୍କ ଯାଞ୍ଚ ପରେ ଯେଉଁସବୁ କାମ କରାଯିବା ଲାଗି ନିଷ୍ପତ୍ତି ହୋଇଥିଲା ତାହା କରାଯାଉଛି। ଏଏସ୍ଆଇ ଓ ପୂର୍ତ୍ତବିଭାଗ ମରାମତି କାର୍ଯ୍ୟ କରୁଛନ୍ତି। ଆସନ୍ତା ୨ ତାରିଖ ସୁଦ୍ଧା ଗର୍ଭଗୃହର ସମସ୍ତ ମରାମତି କାମ ଶେଷ ହେବ ବୋଲି ଏଏସ୍ଆଇ ଡେପୁସି ସୁପରିଟେଣ୍ଡେଣ୍ଟ କୋଟୟା ଭିଞ୍ଜାମୁରି କହିଛନ୍ତି। ମଙ୍ଗଳବାର ଶ୍ରୀମନ୍ଦିର ମରାମତି ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ଭିଞ୍ଜାମୁରି କହିଛନ୍ତି, କାମ ଠିକ୍ ଭାବେ ଚାଲିଛି। ମହାପ୍ରଭୁ ଶ୍ରୀମନ୍ଦିରକୁ ବିଜେ ପୂର୍ବରୁ ସମସ୍ତ କାମ ଶେଷ କରାଯିବ।
Posted inଆମ ଜିଲା ଖବର, ପୁରୀ, ମେଟ୍ରୋ, ରାଜ୍ୟ