Categories: ଜାତୀୟ

ଖୋଲିବ ଶ୍ରୀନଗର- ଲେହ ଜାତୀୟ ରାଜପଥ

ଶ୍ରୀନଗର,୨୨।୨: ଲଦାଖକୁ ସଂଯୋଗ କରୁଥିବା ୪୩୪ କି.ମି ବିଶିଷ୍ଟ ଏକମାତ୍ରା ଶ୍ରୀନଗର-ଲେହ ଜାତୀୟ ରାଜପଥ ଖୁବ୍‌ଶୀଘ୍ର ଖୋଲିବାକୁ ଯାଉଛି। ଭିଷଣ ବରଫପାତ କାରଣରୁ ଚଳିତବର୍ଷ ଜାନୁୟାରୀରୁ ଏହି ରାଜପଥ ବନ୍ଦ ଥିଲା। କିନ୍ତୁ ବର୍ତ୍ତମାନ ତୁଷାରପାତ କମିବା ଫଳରେ ସଡ଼କରେ ଜମି ରହିଥିବା ବରଫ ସବୁକୁ ହଟାଯାଉଛି। ଫଳରେ ଆଗାମୀ ଦିନରେ ଏହି ଜାତୀୟ ରାଜପଥ ଯାତାୟାତ ପାଇଁ ସୁଗମ ହୋଇପାରିବ। ଜମ୍ମୁ-କଶ୍ମୀର ଏବଂ ଲଦାଖକୁ ସଂଯୋଗ କରୁଥିବା ଏହି ରାଜପଥ ଖୋଲାଯିବା ଦ୍ୱାରା ଖାଲି ସେନା ନୁହେଁ ସାଧାରଣ ଜନତା ମଧ୍ୟ ଉପକୃତ ହେବେ।

Share