Categories: ଜାତୀୟ

ରାମବାଗ ଏନକାଉଣ୍ଟରରେ ଆହତ ଆତଙ୍କବାଦୀ ବସିତ ଅହମ୍ମଦ ଡାରଙ୍କର ହୋଇସାରିଛି ମୃତ୍ୟୁ: ସ୍ପଷ୍ଟ କଲା ଟିଆର୍‌ଏଫ୍‌

ଶ୍ରୀନଗର,୩ ।୧୨: ଆତଙ୍କବାଦୀ ସଙ୍ଗଠନ ଲସ୍କର ଇ ତୋଏବାର ସହଯୋଗୀ ସଙ୍ଗଠନ ଟିଆର୍‌ଏଫ୍ କହିଛି ରାମବାଗରେ ନଭେମ୍ବର ୨୪ରେ ହୋଇଥିବା ଏନକାଉଣ୍ଟରରେ ଆହତ ହୋଇଥିବା ଆତଙ୍କବାଦୀ ବାସିର ଅହମ୍ମଦ ଡାରଙ୍କର ମୃତ୍ୟୁ ହୋଇସାରିଛି । ସେ କୁଖ୍ୟାତ ଆତଙ୍କବାଦୀ ମେହରାନର ଅତି ନିକଟତର ଥିଲେ । ମେହରାନ ଓ ତାଙ୍କ ଗ୍ରୁପଙ୍କୁ ଶ୍ରୀନଗରରେ ସାଧାରଣ ନାଗରିକଙ୍କ ହତ୍ୟା ଅଭିଯୋଗ ରହିଥିଲା । ଟିଆର୍‌ଏଫ୍ ଆହୁରି କହିଛି ମେହରାନ ଓ ବସିତ ଅହମ୍ମଦ ଗାଜି ଫୋର୍ସର ସଦସ୍ୟ ଥିଲେ । ଗୁଇନ୍ଦା ସଂସ୍ଥାରୁ ସୂଚନା ମିଳିଥିଲା କି ଶ୍ରୀନଗରର ରାମବାଗ ଅଞ୍ଚଳରେ ଆତଙ୍କବାଦୀମାନେ ଲୁଚି ରହିଛନ୍ତି । ଏହାପରେ ସୁରକ୍ଷାକର୍ମୀ ଉକ୍ତ ଅଞ୍ଚଳକୁ ଘେରାବନ୍ଦୀ କରି ଏନକାଉଣ୍ଟର କରିଥିଲେ । ଯେଉଁଥିରେ ବାସିର ଅହମ୍ମଦ ଡାର ଆହତ ହୋଇଥିଲେ ।

Share