ରାମଲୀଳାରେ ସଂସ୍କୃତ ବଦଳରେ ଇଂଲିଶ୍‌ କହିବେ ଶ୍ରୀରାମ-ହନୁମାନ…

ନୂଆଦିଲ୍ଲୀ,୨।୭ : ଆଦିପୁରୁଷ ଚଳଚ୍ଚିତ୍ରରେ ବିଭିନ୍ନ ପ୍ରସଙ୍ଗକୁ ନେଇ ବିବାଦ ଜାରି ରହିଛି। ରାମଲୀଳାାର ବିଭିନ୍ନ ଏପିସୋଡକୁ ନେଇ ବିବାଦ ମଧ୍ୟରେ ଲାଲ କିଲ୍ଲା ମଇଦାନରେ ଦଶହରା ଅବସରରେ ରାମଲୀଳା ମଞ୍ଚସ୍ଥ କରୁଥିବା ଲବକୁଶ ଲୀଳା କମିଟି ନାଟକ ମଞ୍ଚସ୍ଥ ସମୟରେ ସଂସ୍କୃତ ପରିବର୍ତ୍ତେ ଇଂଲିଶ ଭାଷାର ବ୍ୟବହାର କରିବାକୁ ଘୋଷଣା କରିଛି।

କମିଟିର ଅଧିକାରୀମାନେ ରବିବାର କହିଛନ୍ତି ରାମଲୀଳା ଦେଖିବାକୁ ଆସୁଥିବା ଶ୍ରଦ୍ଧାଳୁମାନେ ସଂସ୍କୃତ ସହିତ ପରିଚିତ ନୁହଁନ୍ତି। ସେମାନଙଙ୍କ ସୁବିଧା ପାଇଁ ଏଣିରକି ରାମାୟଣର ଶ୍ରୀରାମ ହନୁମାନଙ୍କ ସମେତ ଅନ୍ୟାନ୍ୟ ଚରିତ୍ରରେ ଅଭିନୟ କରୁଥିବା କଳାକାର ଇଂଲିଶରେ ଡାଏଲଗ କହିବେ। ଏଥର ସରଳ ହିନ୍ଦୀ ଶବ୍ଦ ସହିତ ମଞ୍ଚରେ ଇଂଲିଶ ଭାଷାର ମଧ୍ୟ ବ୍ୟବହାର କରାଯିବ।

ଏହି ଅବସରରେ କମିଟିର ଅଧ୍ୟକ୍ଷ ଅର୍ଜୁନ କୁମାର କହିଛନ୍ତି ଏଥର ତାଙ୍କ କମିଟିର ରାମଲୀଳାରେ ଚଳଚ୍ଚିତ୍ର ଏବଂ ଟିଭି କଳାକାରମାନେ ମୁଖ୍ୟ ଚରିତ୍ରରେ ଅଭିନୟ କରିବେ। ଅକ୍ଟୋବର ୧୫ ରୁ ୨୫ ପର୍ଯ୍ୟନ୍ତ ଲାଲ କିଲ୍ଲା ମଇଦାନରେ ରାମଲୀଳା ମଞ୍ଚସ୍ଥ ହେବ।

Share