ଶ୍ରୀରାମ କଲେ ମାଲାମାଲ: ବଜାରରେ ଧାର୍ମିକ ପତାକା ଆଉଟ ଅଫ ଷ୍ଟକ, ତିନିଗୁଣା ଦାମ୍‌ରେ ବିକ୍ରି ହେଲା ଦୀପ…

ନୂଆଦିଲ୍ଲୀ,୨୩।୧ : ଅଯୋଧ୍ୟାରେ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହ ନେଇ ରାଜଧାନୀ ଦିଲ୍ଲୀ ବଡ଼ ଧରଣର କାରବାର ହୋଇଛି। ରାମନାମୀ ଗେରୁଆ ପତାକା ଆଉଟ ଅଫ ଷ୍ଟକ ହୋଇଯାଇଥିଲା। କେବଳ ଏତିକି ନୁହେଁ, ଦୀପଗୁଡ଼ିକ ତିନି ଗୁଣା ଅଧିକ ଦାମରେ ବିକ୍ରି ହେଉଥିବା ଦେଖାଯାଉଥିଲା। ସୋମାବାର ଅପରାହ୍ନ ପର୍ଯ୍ୟନ୍ତ ଦୋକାନୀମାନେ କ୍ରେତାମାନଙ୍କୁ କହିଥିଲେ ସେମାନେ ସାମଗ୍ରୀ ଅର୍ଡର କରିଛନ୍ତି ଏବଂ କିଛି ସମୟ ମଧ୍ୟରେ ପାଇବେ ପହାଡଗଞ୍ଜର ନେହେରୁ ବଜାରରେ ପତାକା ବିକ୍ରି କରୁଥିବା ହାରୁନ ୟୁସୁଫ କହିଛନ୍ତି ସେ ମଗାଇଥିବା ସମସ୍ତ ପତାକା ବିକ୍ରି ହୋଇସାରିଛି। ସେମାନେ ଜାଣି ନ ଥିଲେ ଧାର୍ମିକ ପତାକାର ଚାହିଦା ଏତେ ବୃଦ୍ଧି ପାଇବ। ବର୍ତ୍ତମାନ ନିର୍ମାତାମାନଙ୍କ ପାଖରେ ମଧ୍ୟ ଷ୍ଟକ ସରିଯାଇଛି।

ଦୋକାନୀ ୟୁସୁଫ କହିଛନ୍ତି, ବର୍ତ୍ତମାନ ତାଙ୍କ ଦୋକାନରେ କେବଳ ଦୁଇ-ଚାରି ପତାକା ବାକି ଅଛି। ଗୋଟିଏ ପଟେ ସମସ୍ତ ପତାକା ବିକ୍ରିରେ ଦୋକାନୀ ଖୁସି ଥିବାବେଳେ ଅନ୍ୟ ପଟେ ସେମାନେ କାହିଁକି ଅଧିକ ସାମଗ୍ରୀ ଅର୍ଡର କରି ନ ଥିଲେ ସେଥିପାଇଁ ଦୁଃଖିତ ମଧ୍ୟ ହୋଇଥିଲେ।

ସରୋଜିନୀ ନଗର, ପହାଡଗଞ୍ଜ, ଦରିଆଗଞ୍ଜ, କରୋଲ ବାଗ, କୁମାର ଗାଲି ଏବଂ ସଦର ବଜାରରେ ଦିନସାରା ପତାକା ଓ ଦୀପ କିଣିବାର ଭିଡ ଜମିଥିଲା। କେବଳ ଏତିକି ନୁହେଁ ରାସ୍ତା କଡ଼ରେ ଥିବା ଦୋକାନରେ ମଧ୍ୟ କ୍ରେତାଙ୍କ ଭିଡ ଜମିଥିଲା। ଦୋକାନୀମାନେ କହିଛନ୍ତି ଏହି ସମୟରେ ଦୀପାବଳି ଅପେକ୍ଷା ଅଧିକ ଦୀପ କିଣାଯାଉଛି। ଅନେକ ଲୋକ ବଜାରରେ ଦୀପ ଖୋଜି ପାଇ ନ ଥିଲେ ନାହିଁ ତେଣୁ ସେମାନେ ଅନଲାଇନ ଶପିଂ କରିବାକୁ ଲାଗିଲେ। ଚାହିଦାକୁ ଦୃଷ୍ଟିରେ ରଖି ଅନଲାଇନ ସାଇଟରେ ଦୀପ ମୂଲ୍ୟ ବଜାର ମୂଲ୍ୟର ପାଞ୍ଚ ଗୁଣା ଥିଲା।

Share