Categories: ଖେଳ

କୋଚ୍‌ ପଦରୁ ଇସ୍ତଫା ଦେଲେ ଶ୍ରୀରାମ

ସିଡନୀ,୨୯ା୭: ଅଷ୍ଟ୍ରେଲିଆ ଦଳର କୋଚ୍‌ ପଦରୁ ଓହରି ଯାଇଛନ୍ତି ଏସ୍‌ ଶ୍ରୀରାମ। ପୂର୍ବତନ ଭାରତୀୟ ଅଲ୍‌ରାଉଣ୍ଡର ଶ୍ରୀରାମ ଆଇପିଏଲ ଫ୍ରାଞ୍ଚାଇଜି ଆର୍‌ସିବି ପାଇଁ କ୍ରିକେଟ ଅଷ୍ଟ୍ରେଲିଆ ସହିତ ରହିଥିବା ଚୁକ୍ତିକୁ ଖାରଜ କରିଛନ୍ତି। ସେ ୨୦୦୦ରୁ ୨୦୦୪ ମଧ୍ୟରେ ଭାରତ ପାଇଁ ୮ଟି ଦିନିକିଆ ଖେଳିଥିବା ବେଳେ ୨୦୧୫ରୁ ଅଷ୍ଟ୍ରେଲିଆ ଏବଂ ଅଷ୍ଟ୍ରେଲିଆ ପୁରୁଷ ଦଳ ସହିତ ସହକାରୀ କୋଚ୍‌ ଭାବେ କାର୍ଯ୍ୟ କରୁଥିଲେ। ଆରସିବିର କୋଚ ଦାୟିତ୍ୱ ପ୍ରଦାନ କରାଯାଇଥିବା ବେଳେ ଚେନ୍ନାଇରେ ନିଜ ପରିବାର ସହିତ ସମୟ ବିତାଇ ପାରିବେ। ଏନେଇ ସେ ଇସ୍ତଫା ପ୍ରଦାନ କରିଥିବା ଶ୍ରୀରାମ ପ୍ରକାଶ କରିଛନ୍ତି।

Share