Categories: ଜାତୀୟ

ଶ୍ରୀଶୈଳମ ହାଇଡାଲ ପାଓ୍ବାର ପ୍ଲାଣ୍ଟରେ ଅଗ୍ନିକାଣ୍ଡ

ହାଇଦ୍ରାବାଦ,୨୧।୮: ତେଲେଙ୍ଗାନାର ଶ୍ରୀଶୈଲମ ହାଇଡାଲ ପାଓ୍ବାର ପ୍ଲାଣ୍ଟରେ ଅଗ୍ନିକାଣ୍ଡ। ଏହି ଅଗ୍ନିକାଣ୍ଡରେ ୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩ଜଣ ନିଖୋଜ ଅଛନ୍ତି। ପାଓ୍ବାର ପ୍ଲାଣ୍ଟରେ ୯ଜଣ ଶ୍ରମିକ ଥିଲେ ବୋଲି କୁହାଯାଉଛି। ଗୁରୁବାର ରାତିରେ ତେଲେଙ୍ଗାନାର ନଗରକୁର୍ନଲ ଜିଲା ଅନ୍ତର୍ଗତ ଶ୍ରୀଶୈଳମ ଜଳଭଣ୍ଡାରର ବାମ କେନାଲ ଭୂତଳ ଜଳବିଦ୍ୟୁତ ଶକ୍ତି କେନ୍ଦ୍ରରେ ଶର୍ଟସର୍କିଟ ଯୋଗୁ ଅଗ୍ନିକାଣ୍ଡ ଘଟିବା ପରେ ପାୱାର ପ୍ଲାଣ୍ଟର ୟୁନିଟ ୪ରେ ବିସ୍ଫୋରଣ ଘଟିଥିଲା। ଏହାପରେ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ, ଉଦ୍ଧାରକାରୀ ଦଳ ଓ ଏନ୍‌ଡିଆରଏଫ୍‌ ଟିମ୍‌ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହ ରେସକ୍ୟୁ ଅପରେଶନ୍‌ ଜାରି ରଖିଛନ୍ତି। ନିଆଁ ଲାଗିଲା ସମୟରେ ଉକ୍ତ ପ୍ଲାଣ୍ଟରେ ୩୦ଜଣ ଶ୍ରମିକ ଥିବା ବେଳେ ଏକ ସୁଡ଼ଙ୍ଗ ଜରିଆରେ ୧୫ଜଣ ବାହାରକୁ ପଳାଇଆସିଥିଲେ ଏବଂ ଅନ୍ୟ ୬ଜଣଙ୍କୁ ଉଦ୍ଧାର କରାଯାଇଥିଲା। ହେଲେ ସେଠାରେ ଆହୁରି ୯ଜଣ ସେଠାରେ ଫସିରହିଥିଲେ। ସେଥିମଧ୍ୟରୁ ୬ଜଣଙ୍କ ମୃତଦେହ ମିଳିଥିବା ବେଳେ ଅନ୍ୟ ୩ ଏବେ ବି ନିଖୋଜ ଅଛନ୍ତି ବୋଲି ତେଲେଙ୍ଗାନାର ଶକ୍ତି ମନ୍ତ୍ରୀ ଜଗଦୀଶ ରେଡ୍ଡି କହିଛନ୍ତି। ସେହିପରି ଏହି ଘଟଣାରେ ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓ ଦୁଃଖ ପ୍ରକାଶ କରିବା ସହ ଉଦ୍ଧାର କାର୍ଯ୍ୟର ତଦାରଖ କରିଛନ୍ତି। ସୂଚନା ମୁତାବକ ଆନ୍ଧ୍ର ପ୍ରଦେଶ ଓ ତେଲେଙ୍ଗାନାକୁ ବିଭକ୍ତ କରୁଥିବା କୃଷ୍ଣା ନଦୀ ଉପରେ ଏହି ଜଳଭଣ୍ଡାରଟି ଅବସ୍ଥିତ।

Share