ବମ୍ବେ: ଲୁଚାଛପାରେ ଚାଲିଥିଲା ପ୍ରେମ। ଏବେ ପଡ଼ିଲା ପୂର୍ଣ୍ଣଚ୍ଛେଦ। କଥା ଆଉ ଆଗକୁ ନ ବଢ଼ାଇ କଥିତ ପ୍ରେମିକ କୁନାଲ କରନ୍ କପୁରଙ୍କଠାରୁ ଅଲଗା ହୋଇଛନ୍ତି ଅଭିନେତ୍ରୀ ସ୍ରିତି ଝା। ଉଭୟ ସୋସିଆଲ ମିଡିଆରେ ପରସ୍ପରକୁ ଅନ୍ଫଲୋ ମଧ୍ୟ କରିଦେଇଛନ୍ତି। କେବଳ ଏତିକି ନୁହେଁ ନିକଟରେ ଏକ ସାକ୍ଷାତକାରରେ ସ୍ରିତି ନିଜକୁ ସିଙ୍ଗଲ ବୋଲି କହିଛନ୍ତି। କୁନାଲ ତାଙ୍କର କେବଳ ଜଣେ ଭଲ ବନ୍ଧୁ ବେଲି ଅଭିନେତ୍ରୀ ସଫେଇ ଦେଇଛନ୍ତି।
ସୋସିଆଲ ମିଡିଆରେ ଉଭୟ କଳାକାର ବେଶ ସକ୍ରିୟ ରହିଥାନ୍ତି। ସ୍ରୁତି ବୁଲାବୁଲି କରିବାକୁ ପସନ୍ଦ କରୁଥିବା ବେଳେ କୁନାଲ ତାଙ୍କ ସହ ଅଧିକାଂଶ ସ୍ଥାନରେ ରହିଥାନ୍ତି। ଏହାର ଅନେକ ଫଟୋ ମଧ୍ୟ ରହିଛି। ହେଲେ ଲିଙ୍କଅପ୍କୁ ନେଇ କେହି ମୁହଁ ଖୋଲୁ ନ ଥିଲେ। ସେହିଭଳି ଏବେ ଅଲଗା ହେବା ପଛରେ କି କାରଣ ରହିଛି ତାହା ସ୍ପଷ୍ଟ ହୋଇ ନାହିଁ।
ଛୋଟ ପରଦାରେ ରୋମାଣ୍ଟିକ୍ ଭୂମିକାରେ ନଜର ଆସିଛନ୍ତି କୁନା।ଳ। ହେଲେ ସେ ସବୁବେଳେ ଜଣେ ନିର୍ଦ୍ଦେଶକ ହେବାକୁ ଚାହୁଁଥିଲେ। ଅପରପକ୍ଷେ ଶ୍ରୁତି ‘ଜ୍ୟୋତି’, ‘ରକ୍ତ ସମ୍ବନ୍ଧ’ ଭଳି ଶୋ’ରୁ ଖ୍ୟାତି ମିଳିଛଇ। ଏବେ ସେ ଏକତା କପୁରଙ୍କ ଶୋ’ ‘କୁମ୍କୁମ୍ ଭାଗ୍ୟରେ ନଜର ଆସୁଛନ୍ତି।