ବିବାହ ବନ୍ଧନରେ ଅଭି-ପ୍ରଜ୍ଞା

ବମ୍ବେ: ବିବାହ ବନ୍ଧନରେ ଆବଦ୍ଧ ହେଲେ ଅଭି-ପ୍ରଜ୍ଞା। ଟେଲିପରଦାର ଏହି ହିଟ୍‌ ଯୋଡ଼ି ରିଅଲ୍‌ରେ ନୁହେଁ ବରଂ ରିଲରେ ଏକାଠି ହୋଇଛନ୍ତି। ଦର୍ଶକମାନେ ଏହି ଦିନକୁ ଅପେକ୍ଷା କରି ରହିଥିବା ବେଳେ ଶେଷରେ ଧାରାବାହିକ ‘କୁମ୍‌କୁମ ଭାଗ୍ୟ’ର ଆଗାମୀ ଏପିସୋଡରେ ବିବାହ ଦେଖିବାକୁ ମିଳିବ। ଅନେକ ବାଧାବିଘ୍ନ ସତ୍ତ୍ୱେ ଏହା ସମ୍ଭବ ହୋଇଛି।

ଏକତା କପୁରଙ୍କ ଏହି ଶୋ’ ଦର୍ଶକଙ୍କ ଖୁବ୍‌ ମନୋରଞ୍ଜନ କରିଆସୁଛି। ପ୍ରଜ୍ଞାଙ୍କ ଭୂମିକାରେ ସ୍ମୃତି ଝା ନଜର ଆସୁଥିବା ବେଳେ ଶବ୍ବିର ଆହ୍ଲୁବାଲିଆ ଅଭିଙ୍କ ଭୂମିକାରେ ଅଭିନୟ କରୁଛନ୍ତି। ପରଦାରେ ଉଭୟଙ୍କ ଯୋଡ଼ିକୁ ଦର୍ଶକ ଭଲ ପାଉଥିଲେ ହେଁ ଅସଲ ଜୀବନରେ ଶବ୍ବିର ବିବାହିତ ଅଟନ୍ତି। ଅପରପକ୍ଷେ ସ୍ମୃତି ଲୁଚିଛପି ପ୍ରେମରେ ପଡ଼ିବାକୁ ନେଇ ଚର୍ଚ୍ଚାରେ ରହୁଛନ୍ତି।

Share