ଶ୍ରୀୟାସ୍ମିତାଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହୃତ

ଭୁବନେଶ୍ୱର, ୧୯।୭(ସୁନିତ୍‌ ମିଶ୍ର):କଂଗ୍ରେସ ନେତ୍ରୀ ଶ୍ରୀୟାସ୍ମିତା ପଣ୍ଡାଙ୍କ ବିରୋଧରେ ଲାଗିଥିବା ନିଲମ୍ବନ ଆଦେଶକୁ ଗୁରୁବାର ପ୍ରତ୍ୟାହାର କରିନିଆଯାଇଛି। ଶ୍ରୀୟାସ୍ମିତାଙ୍କ ଅନୁରୋଧ ଏବଂ ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ଶରତ ପଟ୍ଟନାୟକଙ୍କ ଆବେଦନକ୍ରମେ ଦଳର ହାଇକମାଣ୍ଡ ଏହି ନିଲମ୍ବନ ଆଦେଶ ପ୍ରତ୍ୟାହାର କରିନେଇଥିବା ଦଳ ପକ୍ଷରୁ ସୂଚନା ଦିଆଯାଇଛି। ଦଳର ସାଙ୍ଗଠନିକ ସ୍ଥିତିକୁ ସଙ୍ଗଠିତ କରିବା ପାଇଁ ଆଗାମୀ ଦିନରେ ଜଣେ ଶୃଙ୍ଖଳିତ କର୍ମୀ ଭାବେ କାର୍ଯ୍ୟ କରିବେ ବୋଲି ନିର୍ଦ୍ଦେଶନାମାରେ ଉଲ୍ଲେଖ କରାଯାଇଛି। ଏନେଇ ଦଳର ରାଜ୍ୟ ଶୃଙ୍ଖଳା କମିଟି ଅଧ୍ୟକ୍ଷ ସନ୍ତୋଷ ସିଂ ସାଲୁଜାଙ୍କ ଦସ୍ତଖତରେ ଏକ ଚିଠି ଜାରି କରାଯାଇଛି।

Share