ବଲିଉଡ୍ରେ ଡ୍ରଗ୍ସ ମାମଲାର ଆଉ ଏକ ବଡ଼ କଥା ସାମ୍ମାକୁ ଆସିଛି। ବର୍ତ୍ତମାନ ପର୍ଯ୍ୟନ୍ତ କେବଳ ଅଭିନେତ୍ରୀଙ୍କ ନାମ ସମ୍ମୁଖକୁ ଆସୁଥିବା ବେଳେ ଗତ ୨ ଦିନ ହେବ ଅଭିନେତା ମାନେ ମଧ୍ୟ ଏଥିରେ ସାମିଲ ଥିବା ଜଣାପଡ଼ିଥିଲା। ତେବେ ଅଭିନେତାଙ୍କ ନାମ ପରିବର୍ତ୍ତେ କେବଳ ଏ, ଡି ଏବଂ ଏସ୍ କୋଡ୍ ନାମ କୁହାଯାଉଥିଲା। ହେଲେ ଏମାନେ କିଏ ତାହା ଏବେ ଜଣାପଡ଼ିଛି। ଏମାନେ ହେଉଛନ୍ତି ଶାହାରୁଖ୍ ଖାନ୍, ଅର୍ଜୁନ ରାମପାଲ ଏବଂ ଡିନୋ ମୋରିୟା। ହେଲେ ସବୁଠାରୁ ବଡ଼ କଥା ହେଲା ଅର୍ଜୁନ ରାମପାଲ ଶାହାରୁଖ୍ଙ୍କୁ ଡ୍ରଗ୍ସ ଯୋଗାଉଥିଲେ। ଦିଲ୍ଲୀର ଜଣେ ଏନ୍ସିବି ଅଧିକାରୀ ନିଜ ନାମ ଗୋପନରଖି ଏହା କହିଛନ୍ତି। ହେଲେ ଡିନୋ ମୋରିଆ କାହାକୁ ଡ୍ରଗ୍ସ ସପ୍ଲାଏ କରୁଥିଲେ ତାହା ଜଣାପଡ଼ି ନାହିଁ। ତଦନ୍ତ ପରେ ଏହା ଜଣାପଡ଼ିବ ବୋଲି ଅଧିକାର ଜଣଙ୍କ କହିଛନ୍ତି।