‘ଶାହାରୁଖ ଦେଶର ନମ୍ବର-୧ ଆକ୍ସନ ହିରୋ’

ମୁମ୍ବାଇ: ବଲିଉଡ ସୁପରଷ୍ଟାର ଶାହାରୁଖ ଖାନ୍‌ ଫିଲ୍ମ ‘ପଠାନ୍‌’ ମାଧ୍ୟମରେ ପ୍ରାୟ ୪ ବର୍ଷ ପରେ ପରଦାକୁ ଫେରିଛନ୍ତି। ଯାହାକୁ ଦେଖିବା ପାଇଁ ଦର୍ଶକ ଖୁବ୍‌ ଉତ୍ସାହିତ ଥିଲେ। ଫିଲ୍ମଟି ଜାନୁୟାରୀ ୨୫ରେ ରିଲିଜ ହେବା ପରେ ବକ୍ସ ଅଫିସରେ ରେକର୍ଡ ସଂଖ୍ୟକ ଆୟ କରୁଛି। ୫ ଦିନରେ ପ୍ରାୟ ୫୦୦ କୋଟିରୁ ଆୟ କରି ସମସ୍ତ ରେକର୍ଡ ଭାଙ୍ଗିଛି। ଇତି ମଧ୍ୟରେ ନିକଟରେ ଫିଲ୍ମର ଷ୍ଟାରକାଷ୍ଟ ଗଣମାଧ୍ୟମ ସାମ୍ନାକୁ ଆସିବା ସହ ଫିଲ୍ମର ସଫଳତାକୁ ନେଇ କଥାବାର୍ତ୍ତା କରିଥିଲେ। ସୁପରଷ୍ଟାର ଶାହାରୁଖ ଖାନ୍‌, ଦୀପିକା ପାଦୁକୋନ, ଜନ୍‌ ଆବ୍ରାହମ୍‌ ଉପସ୍ଥିତ ଥିଲେ।

ସେହି ସମୟରେ ଜନ୍‌ ଆବ୍ରାହମ୍‌ଙ୍କୁ ବ୍ଲକବଷ୍ଟର ଫିଲ୍ମରେ କାମ କରିବାର ଅଭିଜ୍ଞତା ବିଷୟରେ ପଚରାଗଲା, ଯାହାର ଉତ୍ତରରେ ଜନ୍‌ କହିଛନ୍ତି ଶାହାରୁଖଙ୍କ ସହ ସ୍କ୍ରିନ ଶେୟାର କରି ମୁଁ ବହୁତ ଖୁସି। ତାଙ୍କ ସହ କାମ କରିବା ମୋର ସୌଭାଗ୍ୟର କଥା। ନିଜର ପ୍ରେମ ପ୍ରଦର୍ଶନ କରି ଜନ୍‌ ଶାହାରୁଖଙ୍କୁ ଦେଶର ନମ୍ବର ଓ୍ବାନ୍‌ ଆକ୍ସନ ହିରୋ ବୋଲି କହିଛନ୍ତି। ଶାହରୁଖ ଜଣେ ଅଭିନେତା ନୁହଁନ୍ତି, ସେ ଏକ ଇମୋଶନ। ଏଥିସହ ପରଦାରେ ଥିବା ତାଙ୍କର ପୁରା ଟିମ୍‌କୁ ଅତୁଳନୀୟ ଅବଦାନ ପାଇଁ ଧନ୍ୟବାଦ ଜଣାଇଛନ୍ତି। ସେ ଆହୁରି କହିଛନ୍ତି, ପ୍ରଡ୍ୟୁସର ଆଦିତ୍ୟ ଚୋପ୍ରାଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି। ସେ ମୋତେ ଯେଉଁଭଳି ଭାବରେ ଅବସ୍ଥାପିତ କରିଛନ୍ତିି, ତାହା ପାଇଁ ସମସ୍ତ ଶ୍ରେୟ ତାଙ୍କୁ ଦେବି। ଏହା ବ୍ୟତିତ ମୋର ନିର୍ଦ୍ଦେଶକ ସିଦ୍ଧାର୍ଥ ଆନନ୍ଦଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛ। ଫିଲ୍ମ ବହୁତ ଭଲ କାମ କରୁଥିବାରୁ ତାଙ୍କୁ ଅଭିନନ୍ଦନ।

Share