Categories: ଜାତୀୟ

ଶାହରୁଖଙ୍କ ପାଇଁ ଚିଠିରେ ଏଭଳି ଲେଖିଥିଲେ ରାହୁଲ

ନୂଆଦିଲ୍ଲୀ,୩।୧୧: କ୍ରୁଜ୍‌ ଡ୍ରଗ୍ସ ପାର୍ଟି ମାମଲାରେ ପୁଅ ଆର୍ୟନ ଖାନ୍‌ ଗିରଫ ହୋଇ ମୁମ୍ବାଇର ଆର୍ଥର ରୋଡ୍‌ ଜେଲରେ ଥିବା ବେଳେ ଅକ୍ଟୋବର ୧୪ରେ ବଲିଉଡ୍‌ ଷ୍ଟାର ଶାହରୁଖ ଖାନ୍‌ଙ୍କ ନିକଟକୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏକ ଚିଠି ଲେଖିଥିଲେ। ଏହି ଚିଠି ଏବେ ସାମ୍ନାକୁ ଆସିଛି। ଆର୍ୟନଙ୍କ ଜାମିନ ଆବେଦନ ଖାରଜ ହୋଇଯାଇଥିବା ବେଳେ ରାହୁଲ ସେଥିରେ ଉଲ୍ଲେଖ କରିଥିଲେ, ଦେଶ ଆପଣଙ୍କ ସହ ଅଛି। ତେବେ ଅକ୍ଟୋବର ୨୮ରେ ବମ୍ବେ ହାଇକୋର୍ଟ ଆର୍ୟନଙ୍କୁ ଜାମିନ ଦେଇଥିଲେ। ଜେଲରେ ରିଲିଜ୍‌ ଅର୍ଡର ପହଞ୍ଚତ୍ବା ପରେ ଆର୍ୟନ ଗତ ଶନିବାର ଜେଲରେ ମୁକୁଳିଥିଲେ।

ଅକ୍ଟୋବର ୨ତାରିଖ ବିଳମ୍ବିତ ରାତିରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନ୍‌ସିବି) ଦ୍ୱାରା ଗିରଫ ହୋଇଥିବା ଆର୍ୟନ ଖାନ୍‌ ୨୨ଦିନ ଜେଲରେ ରହିଥିଲେ। ଆର୍ୟନଙ୍କଠାରୁ ନିଶାଦ୍ରବ୍ୟ ଜବତ ହୋଇ ନ ଥିଲେ ହେଁ ଡ୍ରଗ୍ସ ନିରୋଧୀ ସଂସ୍ଥା କୋର୍ଟରେ ତାଙ୍କ ହ୍ବାଟ୍ସଆପ୍‌ ଚାଟ୍ସର ବିବରଣୀ ଦେଇ ବେଆଇନ ଡ୍ରଗ୍ସ କାରବାରରେ ସମ୍ପୃକ୍ତି ଥିବା ଦାବି କରିଥିଲା। ଅନ୍ୟପକ୍ଷେ ଆର୍ୟନଙ୍କୁ ଜଣେ ଅଭିଯୁକ୍ତ ଡ୍ରଗ୍ସ ଯୋଗାଇଥିବା ପ୍ରମାଣିତ କରିବା ଲାଗି ହ୍ବାଟ୍ସଆପ୍‌ ଚାଟ୍ସ ପର୍ଯାପ୍ତ ନୁହେଁ ବୋଲି ହାଇକୋର୍ଟ ସ୍ପଷ୍ଟ କରିଥିଲେ।

Share