Categories: ଜାତୀୟ

ଇସ୍ରୋ ମିଶନ ୨୦୨୨: ଚଳିତ ବର୍ଷର ପ୍ରଥମ ପିଏସ୍‌ଏଲ୍‌ଭି-ସି୫୨ ସାଟେଲାଇଟ ଲଞ୍ଚ

ବେଙ୍ଗାଲୁରୁ,୧୪ ।୨: ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଙ୍ଗଠନ(ଇସ୍ରୋ) ଚଳିତ ବର୍ଷର ଏହାର ପ୍ରଥମ ମିଶନ ଭାବେ ସୋମବାର ଏକ ସାଟେଲାଇଟ ଲଞ୍ଚ କରିଛି । ଏହି ପରୀକ୍ଷଣ ସୋମବାର ସକାଳ ୫ଟା ୫୯ରେ କରାଯାଇଛି । ଆନ୍ଧ୍ର ପ୍ରଦେଶ ଶ୍ରୀହରିକୋଟାରେ ଥିବା ସତିଶ ଧୱନ ମହାକାଶ କେନ୍ଦ୍ରରୁ ପିଏସ୍‌ଏଲ୍‌ଭି-ସି୫୨ର ପରୀକ୍ଷଣ କରାଯାଇଛି । ଏହାସହ ଆଉ ଦୁଇଟି ଛୋଟ ସାଟେଲାଇଟବି ମହାକାଶକୁ ପଠାଯାଇଛି । ଇସ୍ରୋ ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଥିଲା କି ପିଏସ୍‌ଏଲ୍‌ଭି-ସି୫୨, ଇଓଏସ୍‌-୦୪ ମିଶନ ପରୀକ୍ଷଣ ପାଇଁ ଓଲଟା ଗଣତି ରବିବାର ସକାଳ ୪ଟା ୨୯ରୁ ଆରମ୍ଭ ହୋଇଯାଇଛି । ପିଏସ୍‌ଏଲ୍‌ଭି-ସି୫୨ ଜରିଆରେ ୧,୭୧୦ କିଲୋଗ୍ରାମ ଓଜନ ଇଓଏସ-୦୪କୁ ପରୀକ୍ଷଣ କରାଯିବ । ଏହା ୫୨୯ କିଲୋମିଟର ମଧ୍ୟରେ ସୂର୍ଯ୍ୟ ସମକାଳୀନ ଧ୍ରୁବିୟ କକ୍ଷରେ ଘୁରି ବୁଲିବ । ଇସ୍ରୋ କହିଛି ଇଓଏସ୍‌-୦୪ ରାଡାର ଇମେଜିଂ ସାଟାଲାଟ ଅଟେ । ଏହାର ବ୍ୟବହାର ପୃଥିବୀର ହାଇ କ୍ୱାଲିଟି ଫଟୋ ଉତ୍ତୋଳନ ପାଇଁ କରାଯିବ । ଏହା କୃଷି, ବୃକ୍ଷରୋପଣ, ମାଟିର ଆର୍ଦ୍ରତା, ପାଣିର ଉପଲବ୍ଧତା ଓ ବନ୍ୟା ହୋଇଥିବା ଅଞ୍ଚଳର ନକ୍ସା ପ୍ରସ୍ତୁତ କରିବାରେ ସାହାଯ୍ୟ କରିବ ।

Share