Categories: ଜାତୀୟ

ମିଶନ ଗଗନୟାନ: ଡ୍ରାଗ ପାରାଚ୍ୟୁଟକୁ ସଫଳତାର ସହ ପରୀକ୍ଷଣ କଲା ଇସ୍ରୋ

ବେଙ୍ଗାଲୁରୁ,୧୧।୮: ଗଗନୟାନ ପାଇଁ ଜୋରଦାର ପ୍ରସ୍ତୁତି ଜାରି ରଖିଛି ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ (ଇସ୍ରୋ)। ଇସ୍ରୋ ଶୁକ୍ରବାର ଏହି ପ୍ରସ୍ତୁତିରେ ଆଉ ପାଦେ ଆଗକୁ ବଢିଛି। ଡ୍ରାଗ ପାରାଚ୍ୟୁଟକୁ ସଫଳତାର ସହ ପରୀକ୍ଷଣ କରିଛି। ମାନବ ମହାକାଶ ଉଡ଼ାଣ ମିଶନରେ ପୁନଃ ପ୍ରବେଶ ସମୟରେ କ୍ରୁ ମଡେଲ ସ୍ଥିର କରିବା ସହ ଏହାର ବେଗକୁ ସୁରକ୍ଷିତ ଭାବେ ହ୍ରାସ କରିବାରେ ଏହି ପାରାଚ୍ୟ୍ୟୁଟ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ। ଇସ୍ରୋର ଥିରୁଭାନନ୍ତପୁରମ ସ୍ଥିତ ବିକ୍ରମ ସାରାଭାଇ ମହାକାଶ କେନ୍ଦ୍ର ଓ ଚଣ୍ଡିଗଡରେ ଟର୍ମିନାଲ ବାଲାଷ୍ଟିକ ଅନୁସନ୍ଧାନ ପ୍ରୟୋଗଶାଳାରେ ଏହି ପରୀକ୍ଷଣ କରାଯାଇଥିଲା।

Share