ପରଦାକୁ ଆସିବ ‘ଆରଆରଆର’ର ସ୍ବିକେଲ୍‌

ପ୍ରସିଦ୍ଧ ଫିଲ୍ମ ନିର୍ଦ୍ଦେଶକ ଏସ ରାଜାମୌଲିଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଆରଆରଆର’ ଏକ ନୂଆ ସଫଳତାର କାହାଣୀ ଲେଖିଛି। ଫିଲ୍ମର ‘ନାଟୁ ନାଟୁ’ ଗୀତକୁ ଗୋଲଡେନ ଗ୍ଲୋବ ପୁରସ୍କାର ୨୦୨୩ରେ ଶ୍ରେଷ୍ଠ ଅରିଜନାଲ ଗୀତର ଆୱାର୍ଡ ପ୍ରଦାନ କରାଯାଇଛି। ଏହା ସହିତ ପ୍ରଶଂସକଙ୍କ ପାଇଁ ଆଉ ଏକ ଖୁସି ଖବର ଅଛି। ଏହି ଫିଲ୍ମର ସିକ୍ୱେଲ ଶୀଘ୍ର ଆସିବାକୁ ଯାଉଛି। ଏହି ଅନ୍ତର୍ଜାତୀୟ ପୁରସ୍କାର କାର୍ଯ୍ୟରେ ଏସ ରାଜାମୌଲି ନିଜେ ଏକ ସାକ୍ଷାତକାର ସମୟରେ ଫିଲ୍ମର ସିକ୍ୱେଲ ନିଶ୍ଚିତ କରିଛନ୍ତି।

ଗୋଲଡେନ ଗ୍ଲୋବ ପୁରସ୍କାରର ରେଡ କାର୍ପେଟରେ ‘ଆରଆରଆର’ର ସିକ୍ୱେଲ ବିଷୟରେ ରାଜାମୌଲି ଏହାର ସ୍କ୍ରିପ୍ଟ ଉପରେ କାମ ଚାଲିଛି ବୋଲି ସେ କହିଛନ୍ତି। ଫିଲ୍ମର ସିକ୍ୱେଲକୁ ନିଶ୍ଚିତ କରି ରାଜାମୌଲି କହିଛନ୍ତି, ଫିଲ୍ମ ମୁକ୍ତିଲାଭବେଳେ ଲୋକମାନଙ୍କଠାରୁ ବହୁତ ଭଲ ରେସପନ୍ସ ପାଇଥିଲା। ସେତେବେଳେ ଆମେ ଏହି ଫିଲ୍ମର ସିକ୍ୱେଲ ତିଆରି କରିବାର ଯୋଜନା କରିଥିଲୁ। ସ୍କ୍ରିପ୍ଟ ସମାପ୍ତ ନ ହେବା ପର୍ଯ୍ୟନ୍ତ, ଆମେ ଏହା ଉପରେ ଅଧିକ କିଛି କହିପାରିବୁ ନାହିଁ, କିନ୍ତୁ ଆମେ ଏହା ଉପରେ କାର୍ଯ୍ୟ କରୁଛୁ।
ଫିଲ୍ମ ‘ଆର୍‌ଆର୍‌ଆର୍‌’ ହିନ୍ଦୀ, ତାମିଲ, କନ୍ନଡ ଏବଂ ମାଲୟାଲମ ଭାଷାରେ ମୁକ୍ତିଲାଭ କରିଥିଲା। ଏହି ଫିଲ୍ମଟି ବିଶ୍ୱବ୍ୟାପୀ ୧୨୦୦ କୋଟି ଟଙ୍କାର ବ୍ୟବସାୟ କରିଥିଲା।

Share