ରାଜାମୌଲୀଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଲେ ରାମ ଗୋପାଳ ବର୍ମା!

ବମ୍ବେ: ନିଜର ଫିଲ୍ମକୁ ନେଇ ବିଶ୍ୱସ୍ତରରେ ପ୍ରଶଂସାର ପାତ୍ର ହୋଇଛନ୍ତି ଏସ୍‌.ଏସ୍‌. ରାଜାମୌଲୀ। ବାହୁବଳୀ ଏବଂ ଆର୍‌ଆର୍‌ଆର୍‌ ଭଳି ଫିଲ୍ମ ତାଙ୍କ ଲୋକପ୍ରିୟତାକୁ ବହୁଗୁଣିତ କରିଛି। ଏହାକୁ ଦେଖି ଇର୍ଷା କରିବା ସହ ଧମକ ଦେଇଛନ୍ତି ନିର୍ଦ୍ଦେଶକ ରାମ ଗୋପାଳ ବର୍ମା।

ନିକଟରେ ଗୋଲ୍ଡେନ ଗ୍ଲୋବ୍ସ ଆଓ୍ବାର୍ଡ ଜିତିଛି ଆର୍‌ଆର୍‌ଆର୍‌। ରାଜାମୌଲୀଙ୍କ ଏହି ସଫଳତାକୁ ନେଇ ଇର୍ଷା କରିଛନ୍ତି ରାମ ଗୋପାଳ। ସେ ଟୁଇଟ୍‌ ଜରିଆରେ ଏନେଇ ଖୁଲାସା କରି ରାଜାମୌଲୀଙ୍କୁ ମଜାଳିଆ ଢ଼ଙ୍ଗରେ ଖୋଲାଖୋଲି ଧମକ ଦେବାକୁ ପଛାଇ ନାହାନ୍ତି।

ପ୍ରଥମେ ରାଜମୌଲୀଙ୍କୁ ପ୍ରଶଂସା କରିଥିଲେ ରାମ ଗୋପାଳ। ହେଲେ ପରେ ତାଙ୍କୁ ଜୀବନରେ ମାରିଦେବାକୁ ଧମକ ଦେଇ କହିଥିଲେ, ନିଜର ସୁରକ୍ଷା ବଢ଼ାଇ ନିଅନ୍ତୁ। ଫିଲ୍ମ ପ୍ରଯୋଜକଙ୍କ ଏକ ଗ୍ରୁପ ଯେଉଁମାନେ ତାଙ୍କୁ ଜୀବନରେ ମାରିଦେବାକୁ ଚାହାନ୍ତି ତାହାର ସେ ଅଂଶ ଅଟନ୍ତି। ଏହି ଗୋପନ କଥା ୪ ଡ୍ରିଙ୍କ ପିଇବା ପରେ କହୁଥିବା ସେ କହିଛନ୍ତି।

ଏହାଛଡ଼ା ସେ ରାମ ଗୋପାଳଙ୍କ ଏକ ଭାଇରାଲ ଭିିଡିଓକୁ ଶେୟାର କରି ଲେଖିଛନ୍ତି, ଦାଦାସାହେବ ଫାଲକେଙ୍କଠାରୁ ଏଯାଏ ଭାରତୀୟ ସିନେମା ଇତିହାସରେ କେହି କଳ୍ପନା କରି ନ ଥିଲେ ଯେ ଜଣେ ଭାରତୀୟ ନିର୍ଦ୍ଦେଶକ ଏହି ମୁହୂର୍ତ୍ତ ଦେଇ ଯିବେ। ଏ ଆସିଫ୍‌, ରମେଶ ସିପି, ଆଦିତ୍ୟ ଚୋପ୍ରା, କରନ ଜୋହର, ଭଂସାଲିଙ୍କୁ ମଧ୍ୟ ରାଜାମୌଲୀ ବହୁ ପଛରେ ପକାଇ ଦେଇଛନ୍ତି। ଏଥିପାଇଁ ସେ ଗର୍ବିତ ଥିବା କହିଛନ୍ତି।

ରାମ ଗୋପାଳଙ୍କ ଏହି ଟୁଇଟ୍‌ ଏବେ ବେଶ ଭାଇରାଲ ହେଉଛି।

Share