ଆସିବ ଆରଆରଆରର ସିକ୍ୱେଲ, କାହାଣୀ ହେବ ସମ୍ପୂର୍ଣ୍ଣ ଭିନ୍ନ

ମୁମ୍ବାଇ: ଜଣାଶୁଣା ନିର୍ଦ୍ଦେଶକ ଏସଏସ ରାଜାମୌଳିଙ୍କ ପିତା ତଥା ଆରଆରଆର ଫିଲ୍ମର ରାଇଟର ବିଜେନ୍ଦ୍ର ପ୍ରସାଦ କନଫର୍ମ କରିଛନ୍ତି କି ସେ ରାମ ଚରଣ ଓ ଜୁନିୟର ଏନଟିଆର ଷ୍ଟାରର ମୁଭି ଆରଆରଆରର ସିକ୍ୱେଲ ଆଣିବେ। ଏମିତିବି ରାଜାମୌଳିଙ୍କ ଧମାକାଦାର ମୁଭି ଆରଆରଆରର ଦ୍ୱିତୀୟ ଭାଗକୁ ନେଇ ଫ୍ୟାନ୍ସ ଉତ୍ସାହିତ ଅଛନ୍ତି। ଏହି ଓସ୍କାର ଓ୍ବିନିଂ ଫିଲ୍ମକୁ ନେଇ ଏବେ ଆଉ ଏକ ଅପଡେଟ ଆସିଛି। ମିଳିଥିବା ସୂଚନା ଅନୁଯାୟୀ ଆରଆରଆର ୨ରେ ଷ୍ଟୋରୀ ଲାଇନ ପୂର୍ବଠାରୁ ସମ୍ପୂର୍ଣ୍ଣ ଭିନ୍ନ ହେବ। ଅର୍ଥାତ୍‌ ଏଥର କାହାଣୀ ସମ୍ପୂର୍ଣ୍ଣ ଅଲଗା ହେବ।
ବିଜେନ୍ଦ୍ର ପ୍ରସାଦ ଆହୁରି ଏକ ଚମକାଇବା ଭଳି ଖବର ବି ଦେଇଛନ୍ତି। ସେ କହିଛନ୍ତି ହୋଇପାରେ ଏଥର ପାର୍ଟ ୨ର ନିର୍ଦ୍ଦେଶନା ଏସଏସ ରାଜାମୌଳି ଦେଇ ନ ପାରନ୍ତି। ଏକ ତେଲଗୁ ଚ୍ୟାନେଲ ମାଧ୍ୟମରେ ସେ କହିଛନ୍ତି, ଆମେ ରାମ ଚରଣ ଓ ଜୁନିୟର ଏନଟିଆର ଅଭିନୀତ ମୁଭି ଆରଆରଆରର ସିକ୍ୱେଲ ପ୍ରସ୍ତୁତ କରୁଛୁ, ଏହି ମୁଭିକୁ ଏସଏସ ରାଜାମୌଳି ଅଥବା ଆଉ କେହି ଡିରେକ୍ଟ କରିପାରନ୍ତି।

Share