ରାଜାମୌଳିଙ୍କ ନୂଆ ମୁଭି ‘ମେଡ ଇନ ଇଣ୍ଡିଆ’

ମୁମ୍ବାଇ: ନାମୀ ନିର୍ଦ୍ଦେଶକ ଏସଏସ ରାଜାମୌଳି ତାଙ୍କ ଅଗାମୀ ଫିଲ୍ମର ଘୋଷଣା କରିଛନ୍ତି। ବାହୁବଳୀ ଓ ଆରଆରଆରର ସଫଳତା ପରେ ନିର୍ଦ୍ଦେଶକ ଏହି ପ୍ରୋଜେକ୍ଟର ଡିଟେଲ୍ସ ସେୟାର କରିଛନ୍ତି।

ଫିଲ୍ମର ଟାଇଟଲ ସହ କାହଣୀ ଉପରୁ ବି ପରଦା ହଟାଇଛନ୍ତି ରାଜାମୌଳି।
ଏଥର ନିର୍ଦ୍ଦେଶକ ରାଜାମୌଳି ଏକ କାହାଣୀ ଉପରେ କାମ କରୁଛନ୍ତି ଯାହାକି ଭାରତୀୟ ସିନେମାର କାହାଣୀ କହିଥାଏ। ଏହି ମୁଭିର ଟାଇଟଲ ହେଉଛି ‘ମେଡ ଇନ ଇଣ୍ଡିଆ’, ଯାହା ବାୟୋପିକ ଅଟେ। ଏହି ମୁଭିଟି ରାଜାମୌଳିଙ୍କ ପୁଅ ଏସଏସ କାର୍ତ୍ତିକେୟ ଏବଂ ବରୁଣ ଗୁପ୍ତାଙ୍କ ଦ୍ୱାରା ପ୍ରଯୋଜିତ ହେଉଛି। ‘ମେଡ ଇନ ଇଣ୍ଡିଆ’କୁ ନିତିନ କକ୍କର ନିର୍ଦ୍ଦେଶନା ଦେବେ।

ରାଜାମୌଳି ସେପ୍ଟେମ୍ବର ୧୯ରେ ତାଙ୍କ ଅଫିସିଆଲ ଟୁଇଟର (ଏକ୍ସ) ହ୍ୟାଣ୍ଡେଲରେ ‘ମେଡ ଇନ ଇଣ୍ଡିଆ’ର ଏକ ଭିଡିଓ ସେୟାର କରିଛନ୍ତି। ଏହା ସହିତ ସେ କ୍ୟାପସନରେ କହିଛନ୍ତି ଯେ ଯେତେବେଳେ ସେ ପ୍ରଥମ ଥର ପାଇଁ ଫିଲ୍ମର କାହାଣୀ ଶୁଣିଲେ ସେତେବେଳେ ସେ ଭାବପ୍ରବଣ ଭାବରେ ଏହା ସହ ଯୋଡି ହୋଇଥିଲେ।
ସେ କହିଛନ୍ତି, ଯେତେବେଳେ ମୁଁ ପ୍ରଥମ ଥର ପାଇଁ କାହାଣୀ ଶୁଣିଲି, ସେତେବେଳେ ଏହା ମୋତେ ଏତେ ଭାବପ୍ରବଣ କଲା ଯେମିତି ଅନ୍ୟ କିଛି ମୋତେ ଏମିତି ଭାବପ୍ରବଣ କରି ନ ଥିଲା। ବାୟୋପିକ ତିଆରି କରିବା ନିଜେ ଏକ କଷ୍ଟସାଧ୍ୟ କାର୍ଯ୍ୟ, କିନ୍ତୁ ଭାରତୀୟ ସିନେମାର ପିତାଙ୍କ ବିଷୟରେ କଳ୍ପନା କରିବା ଅଧିକ ଚ୍ୟାଲେଞ୍ଜିଙ୍ଗ। ମୋର ଟିମ ଏଥିପାଇଁ ପ୍ରସ୍ତୁତ ଅଛି। ମୁଁ ଗର୍ବର ସହିତ ‘ମେଡ ଇନ ଇଣ୍ଡିଆ’ ଉପସ୍ଥାପନ କରୁଛି।

 

Share