ଇତିହାସ ରଚିଲା ‘ଆର୍‌ଆର୍‌ଆର୍‌’, ଜାପାନରେ ପୂରଣ କଲା ୨୦୦ ଦିନ

ସାରା ବିଶ୍ୱରେ ସୁପରହିଟ୍‌ ଫିଲ୍ମ ‘ଆର୍‌ଆର୍‌ଆର୍‌’ର କ୍ରେଜ ଜାରି ରହିଛି। ନିକଟରେ ୯୫ତମ ଏକାଡେମୀ ପୁରସ୍କାରରେ ଫିଲ୍ମର ଗୀତ ‘ନାଟୁ ନାଟୁ’କୁ ଓସ୍କାର ଜିତିଥିବାବେଳେ ବର୍ତ୍ତମାନ ‘ଆର୍‌ଆର୍‌ଆର୍‌’ ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କରିଛି। ବାସ୍ତବରେ ‘ଆର୍‌ଆର୍‌ଆର୍‌’ ଜାପାନରେ ରିଲିଜ ହେବାର ୨୦୦ଦିନ ପୂରଣ କରିଛି। ଏହା ସହିତ ଏହି ଚଳଚ୍ଚିତ୍ର ଜାପାନର ସର୍ବାଧିକ ଆୟ କରିଥିବା ହିନ୍ଦୀ ଚଳଚ୍ଚିତ୍ରରେ ପରିଣତ ହୋଇଛି।

ଗତ ବର୍ଷ ଅକ୍ଟୋବରରେ ମୁକ୍ତିଲାଭ କରିଥିବା ‘ଆର୍‌ଆର୍‌ଆର୍‌’ ଆଜି ଜାପାନରେ ଏକ ଜବରଦସ୍ତ ସଫଳତାକୁ ପାଳନ କରୁଛି। ଜାପାନରେ ଦୀର୍ଘ ସମୟ ଧରି ଚଳଚ୍ଚିତ୍ର ପ୍ରେକ୍ଷାଳୟରେ ମାତ୍ର ୫୦ ଦିନ ଯାତ୍ରା କରିବାରେ ସକ୍ଷମ ହୋଉଥିଲା, କିନ୍ତୁ ‘ଆର୍‌ଆର୍‌ଆର୍‌’ ଏଠାରେ ୨୦୦ ଦିନ ପୂରଣ କରି ଇତିହାସ ସୃଷ୍ଟି କରିଛି। ଏହା ବକ୍ସ ଅଫିସରେ ଶ୍ରେଷ୍ଠ ୧୫ ଚଳଚ୍ଚିତ୍ର ତାଲିକାରେ ସ୍ଥାନ ପାଇଛ। ଗତ ଦଶ ଦିନ ମଧ୍ୟରେ ଏହି ଫିଲ୍ମ ୧୪୦ ମିଲିୟନ ସଂଗ୍ରହ କରିଛି। ‘ଆର୍‌ଆର୍‌ଆର୍‌’ ଜାପାନର ସର୍ବାଧିକ ଆୟ କରିଥିବା ଭାରତୀୟ ଚଳଚ୍ଚିତ୍ର ମଧ୍ୟରୁ ଗୋଟିଏ ହୋଇପାରିଛି।

Share